ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏବଂ IIT ଗୌହାଟୀ ଏକ ବଡ଼ ସଫଳତା ହାସଲ କରିଛନ୍ତି । ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟର ISRO ଏବଂ ଇସ୍ରାଏଲର ହାଇଫା ବିଶ୍ୱବିଦ୍ୟାଳୟ ସହାୟତାରେ IIT ଗୌହାଟୀର ଗବେଷକ ଏବଂ ବୈଜ୍ଞାନିକମାନେ ପୃଥିବୀଠାରୁ ପ୍ରାୟ ୨୮,୦୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଏକ ବ୍ଲାକ୍ ହୋଲରୁ ବାହାରୁଥିବା ଏକ୍ସ-ରେ ସଙ୍କେତଗୁଡ଼ିକୁ ଡିକୋଡ୍ କରିଛନ୍ତି । ଭାରତର ମହାକାଶ ପର୍ଯ୍ୟବେକ୍ଷଣ କେନ୍ଦ୍ର AstroSatରୁ ତଥ୍ୟ ବ୍ୟବହାର କରି, ଗବେଷକମାନେ ବ୍ଲାକହୋଲରୁ ବାହାରୁଥିବା ଏକ୍ସ-ରେ ଚମକକୁ ଉଜ୍ଜ୍ୱଳ ଏବଂ କ୍ଷୀଣ ପର୍ଯ୍ୟାୟ ମଧ୍ୟରେ ପରିବର୍ତ୍ତନ ହେଉଥିବା ଦେଖିଛନ୍ତି । ପରିବର୍ତ୍ତନର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟ କିଛି ଶହ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା।
ସାରା ବିଶ୍ୱର ଗବେଷକମାନେ ବ୍ଲାକହୋଲର ଘଟଣାକୁ ବୁଝିବା ପାଇଁ କାର୍ଯ୍ୟ କରୁଛନ୍ତି । ବ୍ଲାକହୋଲଗୁଡ଼ିକ ନିଜର ସାଥୀ ତାରାଙ୍କ ବାହାର ପରତରୁ ଗ୍ୟାସୋ ଶୋଷଣ କରି ସମୟରେ ଅଧିକ ଉତ୍ତାପ ସୃଷ୍ଟି କରିନ୍ତି ଓ ଏକ୍ସ-ରେ ନିର୍ଗତ କରନ୍ତି । ଏହି ଏକ୍ସ-ରେ ଅଧ୍ୟୟନ କରି ବୈଜ୍ଞାନିକମାନେ ବ୍ଲାକହୋଲ୍ ଚାରିପାଖ ପରିବେଶ ବିଷୟରେ ଜାଣିପାରିବେ। ଆଇଆଇଟି ଗୌହାଟିର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ସନ୍ତବ୍ରତ ଦାସ କହିଛନ୍ତି, ଆମେ ଏକ୍ସ-ରେର ଏକ ଦ୍ରୁତ ଚମକର ପ୍ରଥମ ପ୍ରମାଣ ପାଇଛୁ । ଆଶ୍ଚର୍ଯ୍ୟଜନକ ଭାବରେ, ଏହି ଉଜ୍ଜ୍ୱଳ ଫ୍ଲିକର୍ଗୁଡ଼ିକ କମ୍-ଉଜ୍ଜ୍ୱଳତା ପର୍ଯ୍ୟାୟ ସମୟରେ ଅଦୃଶ୍ୟ ହୋଇଯାଏ । ଆଷ୍ଟ୍ରୋସାଟର ଶକ୍ତିଶାଳୀ ପର୍ଯ୍ୟବେକ୍ଷଣ କ୍ଷମତା ଯୋଗୁଁ ଏହି ନୂତନ ସଫଳତା ସମ୍ଭବ ହୋଇଛି ।
ଗବେଷକମାନେ ଜାଣିପାରିଲେ ଯେ ବ୍ଲାକହୋଲରୁ ନିର୍ଗତ ଏକ୍ସ-ରେ ଆଲୋକ ଦୁଇଟି ଭିନ୍ନ ପର୍ଯ୍ୟାୟ ମଧ୍ୟରେ ପରିବର୍ତ୍ତନ ହୋଇଥିଲା । ଗୋଟିଏ ଉଜ୍ଜ୍ୱଳ ଏବଂ ଗୋଟିଏ ମଳିନ । ଉଜ୍ଜ୍ୱଳ ପର୍ଯ୍ୟାୟରେର କରୋନା ଅଧିକ ଘନ ଏବଂ ଉତ୍ତପ୍ତ ହୋଇଯାଏ । ଏହାର ବିପରୀତରେ, କ୍ଷୀଣ ପର୍ଯ୍ୟାୟରେ ଏହା ପ୍ରସାରିତ ହୁଏ ଏବଂ ଥଣ୍ଡା ରୁହେ । ଏହା ଆଲୋକକୁ ଅଦୃଶ୍ୟ କରିଦିଏ।
ସେ କହିଛନ୍ତି ଯେ ପ୍ରତ୍ୟେକ ପର୍ଯ୍ୟାୟ କିଛି ଶହ ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ ଏବଂ ଏକ ନିୟମିତ ଢାଞ୍ଚାରେ ଦୋହରାଇଥାଏ । ଏହି ଆବିଷ୍କାର ଦର୍ଶାଏ ଯେ ବ୍ଲାକହୋଲର ଚାରିପାଖରେ ଥିବା କରୋନା ଏକ ସ୍ଥିର ଗଠନ ନୁହେଁ ଓ ଏହାର ଆକାର ଏବଂ ଶକ୍ତି ବ୍ଲାକହୋଲ ଗ୍ୟାସର ପ୍ରବାହ ଉପରେ ନିର୍ଭର କରି ପରିବର୍ତ୍ତନ ହୁଏ । ପ୍ରଫେସର ଦାସ କହିଛନ୍ତି, ଏହି ଗବେଷଣା ବ୍ଲକହୋଲର ଧାରରେ ଉପସ୍ଥିତ ଗୁରୁତ୍ୱାକର୍ଷଣ ତୀବ୍ରତା ଏବଂ ଉଚ୍ଚ ତାପମାତ୍ରା ବିଷୟରେ କହିଥାଏ ।