ଲିଡ୍ସରେ ଗର୍ଜିଲେ ଟିମ୍ ଇଣ୍ଡିଆ ବ୍ୟାଟର । ଦମ୍ ଦେଖାଇଲେ କ୍ୟାପଟେନ୍ ଗିଲ୍ । ଗର୍ଜିଲା ବ୍ୟାଟ୍, ଖେଳିଲେ ଶତକୀୟ ପାଳି । ଯଶସ୍ୱୀଙ୍କ ମାଡ଼ରେ ବେହା୍ଲ ହେଲେ ଇଂଲିଶ୍ କ୍ରିକେଟର । ପ୍ରଥମ ଦିନରେ ବିଶାଳ ସ୍କୋର । ବିଦେଶରେ ଶୁଭ ଆରମ୍ଭ ପରେ ବଢିଛି ଡେବ୍ୟୁ କ୍ୟାପଟେନ୍ଙ୍କ ଅଡୁଆ । ସେ ଏମିତି କିଛି ଯାହାକୁ ନେଇ ଖପ୍ପା ଆଇସିସି । ଯାହା ଶୁଣିବାକୁ ମିଳିବାକୁ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । କାରଣ ଗିଲ୍ ଭାଙ୍ଗିଛନ୍ତି ଆଇସିସିର ବଡ ନିୟମ । ଏଥିପାଇଁ ତାଙ୍କୁ କଡ଼ା ଜରିମାନା ବି ଦେବାକୁ ପଡ଼ିପାରେ।
ବାଜ୍ ବଲ୍ ବିପକ୍ଷରେ ଚମକିଲେ କ୍ୟାପଟେନ୍ ପ୍ରିନ୍ସ । ହେଲେ ପ୍ରଥମ ମ୍ୟାଚ୍ରୁ କରିବସିଲେ ବଡ୍ ଭୁଲ୍ । ଭାଙ୍ଗିଦେଲେ ଟେଷ୍ଟ କ୍ରିକେଟ୍ ଡ୍ରେସ୍ କୋଡ୍ ନିୟମ । ଧଳା ମୋଜା ବଦଳରେ ପିନ୍ଧିଲେ କଳା ମୋଜା । MCC ସୁପାରିଶରେ ଲାଗୁ ନିୟମ ଅନୁଯାୟୀ ଟେଷ୍ଟ କ୍ରିକେଟରେ ଧଳା ମୋଜା ପିନ୍ଧିବାର ନିୟମ ରହିଛି । ମେ ୨୦୨୩ରେ ଲାଗୁ ହୋଇଥିଲା ICC ନିୟମ ।
ICC ନିୟମ ୧୯.୪୫ କୁହେ, ଜଣେ ଖେଳାଳି ଟେଷ୍ଟ ମ୍ୟାଚ୍ରେ ଧଳା ପୋଷାକ ସହ ପିନ୍ଧିବା କଥା ଧଳା ମୋଜା । ଯଦି ଧଳା ମୋଜା ନହୁଏ ତେବେ କ୍ରିମ୍ କିମ୍ବା ହାଲୁକା ମାଟିଆ ରଙ୍ଗର ପିନ୍ଧିପାରିବେ । ହେଲେ ଖେଳିବାବେଳେ ଗିଲ୍ ପିନ୍ଧି ଆସିଥିଲେ ଧଳା ଡ୍ରେସ୍କୁ କଳା ମୋଜା । ଯାହାର ଫଳ ସ୍ୱରୁପ ସେ ଏବେ ଗଣିବେ ତଣ୍ଡ ।
ଗିଲ୍ ଜରିମାନା ଦେବେ କି ନାହିଁ ନିଷ୍ପତ୍ତି ନେବେ ମ୍ୟାଚ୍ ରେଫରି । ଯଦି ଗିଲ୍ ଜାଣିଶୁଣି ଏପରି କରିଥିବେ ତେବେ ଲେବଲ-୧ ଅପରାଧ ବୋଲି ବିବେଚିତ ହେବ । ଆଉ ଏହି ଅପରାଧରେ ଫାଇନ ସ୍ୱରୂପ ଗିଲ୍ ଦେଇପାରନ୍ତି ୧୦ରୁ ୨୦ ପ୍ରତିଶତ ଜରିମାନା । ଏମିତିକି ଗୋଟିଏ ମ୍ୟାଚ୍ ବ୍ୟାନ୍ ବି ହୋଇପାରନ୍ତି । ତେବେ ଗିଲ୍ ଙ୍କ ଏହି ନିଷ୍ପତ୍ତି ଦୁର୍ଘଟଣାଜନିତ ହୋଇଥାଏ କିମ୍ବା ତାଙ୍କ ଧଳା ମୋଜା ଓଦା ଥିବାରୁ ସେ ଏପରି କରିଥାନ୍ତି । ତେବେ ସେ ଜରିମାନାରୁ ବଞ୍ଚିତ ହୋଇପାରନ୍ତି । ଏସବୁ ନିର୍ଭର କରେ ବର୍ତ୍ତମାନ ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍ଙ୍କ ଉପରେ ।
How many of you have been fined for wearing black socks before? 😅 pic.twitter.com/CMf1BN8lG0
— Sky Sports Cricket (@SkyCricket) June 20, 2025
ପୂର୍ବରୁ ଗିଲ୍ ଙ୍କ ବ୍ୟତୀତ, ଅନେକ ଖେଳାଳି ଡ୍ରେସ୍ କୋଡ୍ ଉଲ୍ଲଂଘନ କରିଛନ୍ତି। ୨୦୧୮ରେ ଭାରତ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ୍ ସମୟରେ ଘଟିଥିଲା ଏମିତି ଘଟଣା । ଭାରତର ବ୍ୟାଟର କେଏଲ ରାହୁଲ ଆଇସିସି ଏମିତି ହେଲମେଟ୍ ପିନ୍ଧିଥିଲେ ଯାହା ଥିଲା ନିୟମ ବାହାରେ । ଏଥିପାଇଁ ରାହୁଲଙ୍କୁ ତାଙ୍କ ମ୍ୟାଚ୍ ଫିର ୧୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିଥିଲା। ୨୦୧୬ ବିଗ୍ ବ୍ୟାସ୍ ଲିଗ୍ ରେ ପୂର୍ବତନ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ କ୍ରିସ୍ ଗେଲ୍ ମ୍ୟାଚ୍ ସମୟରେ ବ୍ୟବହାର କରିଥିଲେ କଳା ବ୍ୟାଟ୍ । ନିୟମ ଭାଙ୍ଗିବା ଅଭିଯୋଗରେ ଗେଲ୍ ଦେଇଥିଲେ ୧୦ ପ୍ରତିଶତ ଜରିମାନା ରାଶି ।
ସେହିଭଳି ୨୦୧୯ ବିଶ୍ୱକପ୍ ଇଂଲଣ୍ଡ-ପାକିସ୍ତାନ ମ୍ୟାଚ୍ ସମୟରେ, ପାକିସ୍ତାନର ଓପନର୍ ଇମାମ୍ ଉଲ୍ ହକ୍ ଆଇସିସି ଦ୍ୱାରା ଦଣ୍ଡିତ ହୋଇ ଦେଇଥିଲେ ୧୫ ପ୍ରତିଶତ ଜରିମାନା । ୨୦୨୧ ରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଙ୍କୁ ଭାରତ ବିପକ୍ଷ ମ୍ୟାଚ୍ରେ LGBTQ+ ସମର୍ଥନ କରିବା ପାଇଁ ପିନ୍ଧିଥିଲେ ରେନବୋ କଲର ଜର୍ସି । ଫାଇନ୍ ସ୍ୱରୂପ ଦେଇଥିଲେ ୧୫% ରାଶି ।