କଳାହାଣ୍ଡି ୦୯/୦୬: ଆଇଏଏସଙ୍କ ଘରେ ପୁଳା ପୁଳା ଟଙ୍କା । ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧିମନ ଚକମାଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ ପରେ ବାସଭବନରେ ରେଡ୍ କରିଥିଲା ଦୁର୍ନୀତି ନିବାରଣ ସଂସ୍ଥା । ରେଡ ବେଳେ ୪୭ ଲକ୍ଷ ଟଙ୍କା ଜବତ ହୋଇଛି ।
ସୂଚନା ଥାଉକି, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପଜିଲ୍ଲାପାଳ ଧିମନ ଚକମା ଧରାପଡ଼ିଥିଲେ । କ୍ରସର ୟୁନିଟ ମାଲିକଙ୍କ ଠାରୁ ସେ ଏହି ଲାଞ୍ଚ ଟଙ୍କା ନେଉଥିଲେ । ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ, ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।
ରୋଚକ କଥା ହେଉଛି ଲାଞ୍ଚ ପାଇଁ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡାକିଥିଲେ ଏହି ସରକାରୀ ବାବୁ ଜଣକ । ୨୦୨୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଧିମନ ଚକମା । ଆଇଏସ୍ ୪୮୨ ରାଙ୍କ ପାଇଥିଲେ । ତାଙ୍କ ଘର ତ୍ରିପୁରା କାଞ୍ଚନପୁରରେ । ପୂର୍ବରୁ ଆଇଏଫଏସ ପାଇଥିଲେ ଧିମନ ଚକମା । ବାରିପଦାରେ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରିସାରିଛନ୍ତି । ଫରେଷ୍ଟ ଅଫିସର ଥିବାବେଳେ ଆଇଏଏସ ପାଇଥିଲେ ।