କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ଅଫିସର ଆଶିଷ ଠାକରେ, ଏହି ବିଭାଗର ହେବେ ନିର୍ଦ୍ଦେଶକ

Published By : Prameya-News7 Bureau | June 03, 2025 IST

ଭୁବନେଶ୍ୱର : ଓଡ଼ିଶା କ୍ୟାଡରରେ ଆଉ ଜଣେ ବରିଷ୍ଠ ଆଇଏଏସ୍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ରାଜସ୍ୱ ବୋର୍ଡର ସଚିବ ଭାବରେ କାର୍ଯ୍ୟରତ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଆଶିଷ ଠାକରେଙ୍କୁ କେନ୍ଦ୍ର ସାମାଜିକ ଭିନ୍ନକ୍ଷମ ଓ ସଶକ୍ତୀକରଣର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।

୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ ୫ ବର୍ଷ ଯାଏ ଦିଲ୍ଲୀରେ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଭାବେ କାମ କରିବେ । ଏନେଇ କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ ସପ୍ତାହ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ଏଥିରେ କୁହାଯାଇଛି । DoPT ପକ୍ଷରୁ ଏନେଇ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ପୂର୍ବରୁ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଆଦି ଜିଲ୍ଲାର ଜିଲ୍ଲାପାଳ ଭାବେ ଆଶିଷ ଠାକରେ କାର୍ଯ୍ୟ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.