ଆଇଏଏସ ନିଖିଲ ପବନ କଲ୍ୟାଣ ହେଲେ ଓଡ଼ିଶା ଜନଗଣନା ଡିସିଓ, କେନ୍ଦ୍ର ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି

Published By : Prameya-News7 Bureau | June 02, 2025 IST

ଭୁବନେଶ୍ବର: IAS ନିଖିଲ ପଓ୍ବନ୍‌ କଲ୍ୟାଣ ହେଲେ ରାଜ୍ୟର ନୂଆ ଜନଗଣନା ନିର୍ଦ୍ଦେଶକ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସାକ୍ଷୀ ମିତ୍ତଲ ଏନେଇ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ୨୦୧୨ ବ୍ୟାଚ୍ IAS ନିଖିଲ ପଓ୍ବନ୍‌ କଲ୍ୟାଣଙ୍କୁ ଓଡ଼ିଶାର ଜନଗଣନା କାର୍ଯ୍ୟକ୍ରମ ଓ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଅବଗତ କରାଇଛନ୍ତି ।  

ବର୍ତ୍ତମାନ ନିଖିଲ ପଓ୍ବନ୍‌ କଲ୍ୟାଣ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନକୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜନଗଣନା ନିର୍ଦ୍ଦେଶକ ଦାୟିତ୍ବରେ ରହିବେ IAS  ନିଖିଲ ପଓ୍ବନ କଲ୍ୟାଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.