ଟ୍ୟୁସନ୍ ସାରି ଫେରୁଥିଲେ ନାବାଳକ, ଗୋଡ଼ରେ ଚଢ଼ିଗଲା ଚିପ୍ସ ବୋଝେଇ ହାଇଓ୍ବା

Published By : Prameya-News7 Bureau | June 09, 2024 IST

କଣାସ ୯।୬: ୫ ନମ୍ବର ଜାତୀୟ ରାଜପଥକୁ ସଂଯୁକ୍ତ ନୂଆ ଜଗନ୍ନାଥ ସଡ଼କ କୋଟକଣା ଛକ ଠାରେ ସଡ଼କ ଦୁର୍ଘଟଣା । ଟ୍ୟୁସନ୍ ସାରି ଘରକୁ ଯିବା ବାଟରେ ଚିପ୍ସ ବୋଝେଇ ହାଇଓ୍ବା ଟ୍ରକ୍ ନାବାଳକଙ୍କ ସାଇକେଲ ସହ ଗୋଡ଼ରେ ଚଢେଇ ଦେଇଥିବା ଦେଖିବାକୁ ମିଳିଛି । ଗୁରୁତର ଆହତ ହୋଇଥିବା ନାବାଳକ କଣାସ ଥାନା ଅନ୍ତର୍ଗତ ନନ୍ଦିଗୋଦ ଗ୍ରାମର ଆନନ୍ଦ ସ୍ୱାଇଁଙ୍କ ଏକମାତ୍ର ପୁଅ ସୁମିତ୍ ସ୍ୱାଇଁ ବୋଲି ଜଣାପଡିଛି । 

ଘଟଣା ସ୍ଥଳରେ ଉତ୍ତେଜନା ସହ ଟ୍ରକ ଡ୍ରାଇଭରକୁ ଗ୍ରାମବାସୀ ଅଟକ ରଖି କୋଟକଣା ଛକ ନୂଆ ଜଗନ୍ନାଥ ସଡ଼କ ଠାରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଛିଡ଼ା ହୋଇଥିବା ବେଳେ ଖବର ପାଇ କଣାସ ଓ ଗଡ଼ିସାଗୋଦା ଥାନା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଉକ୍ତ ହାଇଓ୍ବା ଟ୍ରକ୍‌କୁ ପୋଲିସ ଜବତ କରିଛି । ଗୁରୁତର ନାବାଳକକୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଭୁବନେଶ୍ବର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

You Can Read :

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି.କେ. ପାଣ୍ଡିଆନ୍, ବିଜେଡିର ପରାଜୟ ପାଇଁ ମାଗିଲେ କ୍ଷମା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.