ରାସ୍ତାରୁ ୫୦ଫୁଟ ତଳକୁ ଖସିଲା ହାଇୱା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | August 02, 2025 IST

ବଡ଼ବିଲ ୨।୮: ରାସ୍ତାରୁ ୫୦ ଫୁଟ ତଳକୁ ଖସିଲା ହାଇୱା । ଦୁର୍ଘଟଣାରେ ହାଇଓ୍ବା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।  କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳରେ ଘଟିଛି ଦୁର୍ଘଟଣା । 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ସିଲଯୋଡ଼ା କାସଭି ଖଣି ଲିଜ୍ ରାସ୍ତାରେ ଏକ ହାଇଓ୍ବା ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣଙ୍କ ହେଲେ ସିଲଯୋଡ଼ା ଅଞ୍ଚଳର ୩୮ ବର୍ଷ ବୟସ୍କ ଶ୍ୟାମ ସୁନ୍ଦର ସିଙ୍କୁ । ସେ ସିଲଯୋଡା ଖଣିରେ ହାଇୱା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ । ତେବେ ଏବେ ସୁଦ୍ଧା ସମାଧାନର ବାଟ ବାହାରିପାରିନାହିଁ ।

You Can Read:

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି, ଅସୁସ୍ଥ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.