ଘରୋଇ କଳହ ପାଇଁ ଗଲା ସ୍ତ୍ରୀ ଜୀବନ, ଧାରୁଆ ଅସ୍ତ୍ରରେ ହାଣି ହତ୍ୟାକଲା ସ୍ବାମୀ

Published By : Prameya-News7 Bureau | June 13, 2025 IST

କୁଚିଣ୍ଡା ୧୩।୬: ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟାକଲା ସ୍ବାମୀ । ଅଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ଅନ୍ତର୍ଗତ ମୁଣ୍ଡଲେଷା ଗାଁରେ । 

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ବାମୀ-ସ୍ତ୍ରୀଙ୍କ ଗଣ୍ଡଗୋଳ ଉଗ୍ରରୂପ ନେଇଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିଛି । ପୀତବାସ ନାଏକ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ମାନିନୀ ନାଏକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀକୁ ଅଟକ ରଖିଛି ।

ସେପଟେ ଶୁକ୍ରବାର ଝାରସୁଗୁଡାରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

You Can Read:

ଯାଜପୁରରେ ଝାଡ଼ାବାନ୍ତି ଅଣାୟତ୍ତ, ୪ ମୃତ ଓ ୬୦୦ ଆକ୍ରାନ୍ତ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.