କଣ୍ଟାବାଞ୍ଜି ୫।୮: ମୃତ୍ୟୁ ଏମିତି ବି ଆସେ । ତଳେ ପଡି ଚାଲିଗଲା ଜୀବନ । ସ୍ତ୍ରୀ ସମ୍ମୁଖରେ ଟଳିପିଡ଼ିଲେ ସ୍ୱାମୀ । ନିଜ ସ୍ତ୍ରୀ, ଝିଅ ସହ ଟଙ୍କା ଉଠାଣ ପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଆସିଥିବା ସ୍ୱାମୀଙ୍କ ଜୀବନ ଚାଲିଯିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଙ୍ଗୋମୁଣ୍ଡା ପୁରୁଣା ବସଷ୍ଟାଣ୍ଡ ନିକଟରେ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଖଇରା ଗ୍ରାମର ଭୀମସେନ ରଣା ନିଜ ସ୍ତ୍ରୀଙ୍କ ସହ ପିଏମ୍ କିଷାନ ଟଙ୍କା ଉଠାଣ ପାଇଁ ଆସିଥିଲେ । ଘରକୁ ଯିବାପାଇଁ ନିଜ ମୋଟର ସାଇକେଲକୁ ରଖିଥିବା ସ୍ଥାନରୁ ବାହାର କରୁଥିବା ବେଳେ ହଠାତ ତଳେ ପଡିଯାଇଥିଲେ । ସେଠାରେ ତାଙ୍କର ଜୀବନ ଚାଲିଯାଇଥିଲା । ନିଜ ସ୍ତ୍ରୀଙ୍କ ସହ ହସଖୁସିରେ ଆସିଥିବା ପରିବାର ଉପରେ ଘୋଟିଗଲା କଳା ବାଦଲ । ତାଙ୍କ ସ୍ତ୍ରୀଙ୍କ ସହ ସ୍ଥାନୀୟ ଲୋକେ ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହଠାତ ଏଭଳି ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ଭୀମସେନଙ୍କ ମୃତ୍ୟୁ ପରେ ସ୍ତ୍ରୀ ଏବଂ ୩ ଝିଅ ଅସହାୟ ହୋଇପଡିଛନ୍ତି ।
You Can Read:
ହ୍ବାଟ୍ସଆପ୍ରେ ମିଳିବ ତହସିଲ ସେବା ସହାୟତା, ଆଉ ଲାଞ୍ଚ ମାଗିପାରିବେନି ମଧ୍ୟସ୍ଥି ଓ କର୍ମଚାରୀ