ଉଦଳା ୩।୬: ଖାଇବା ବେଳେ ଅଣ୍ଡା ତରକାରୀ ନଦେବାରୁ ସ୍ତ୍ରୀକୁ ଚୁଲିଫୁଙ୍କାରେ ପିଟି ପିଟି ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟଲିଂ ବନ୍ଧସାହି ଗ୍ରାମରେ ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ।
ସୂଚନାଯୋଗ୍ୟ ଯେ, ଗାଁର ଲମା ବାସ୍କେ ମଙ୍ଗଳବାର ମଧ୍ୟାହ୍ନରେ କାମ ସାରି ଘରକୁ ଫେରି ଖାଇବାକୁ ବସିଥିଲେ । ଏହି ସମୟରେ ସ୍ତ୍ରୀ ବାସନ୍ତୀ ବାସ୍କେ ଭାତ ଏବଂ ତରକାରୀ ବାଢି ଦେଇଥିଲେ । ହେଲେ ସ୍ୱାମୀ ଲମା ଆଣି ଦେଇଥିବା ଅଣ୍ଡାର ତରକାରୀ କାହିଁ ବୋଲି ପଚାରିଥିଲେ । ସ୍ତ୍ରୀ ଖାଇବାରେ ଅଣ୍ଡା ତରକାରୀ ନ ଦେବାରୁ ସ୍ୱାମୀ ଲମା ଉତକ୍ଷିପ୍ତ ହୋଇ ଉଠିଥିଲେ । ପ୍ରଥମେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତା ପରେ ଘରଦ୍ୱାର ସମ୍ମୁଖରେ ନିର୍ଘାତ ମାଡ଼ ମାରିବା ପରେ ଘର ଭିତରକୁ ଘୋଷାରି ନେଇ ସେଠାରେ ଚୁଲିଫୁଙ୍କାରେ ବାସନ୍ତୀଙ୍କ ମୁଣ୍ଡରେ ଆଘାତ କରିଥିଲା । ଯାହା ଫଳରେ ଘଟଣାସ୍ଥଳରେ ବାସନ୍ତୀର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ଲମାକୁ ଗିରଫ କରିଛି ।
You Can Read:
୩ ପୋଲିସ ଜିଲ୍ଲାର ସବୁ ବିସ୍ଫୋରକ ଗୋଦାମରେ ଯାଞ୍ଚ ଆରମ୍ଭ