ଦୁଇ ଟ୍ରଲି ବ୍ୟାଗରୁ ବିପୁଳ ପରିମାଣର ଗଞ୍ଜେଇ ଜବତ , ୨ ଅଟକ

Published By : Prameya-News7 Bureau | May 02, 2025 IST

ଭଦ୍ରକ ୦୨/୦୫: ଚରମ୍ପା ଷ୍ଟେସନ୍‌ରୁ ବାହାରି ଅଟୋରେ ଚାଲାଣ ହେଉଥିଲା ଗଞ୍ଜେଇ । ଦୁଇଟି ଟ୍ରଲି ବ୍ୟାଗ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଭଦ୍ରକ ସହରାଞ୍ଚଳ ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା ୨ ଅବିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 


ସୂଚନାଥାଉକି, ଚରମ୍ପା ଷ୍ଟେସନ୍‌ରୁ ଦୁଇ ଟ୍ରଲି ବ୍ୟାଗ୍‌  ନେଇ ଆସିଥିବା ଯାତ୍ରୀ ଅଟୋରେ ବାହାରିଥିଲେ । ଉକ୍ତ ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ସୂଚନା ପାଇ ପୋଲିସ ଜଗି ରହିଥିଲା । ଅଭିଯୁକ୍ତଙ୍କୁ ଦେଖି ପୋଲିସ ବାଇକ୍‌ରେ ପିଛା କରିବାରୁ ଅଟୋଟି ସହର ଭିତରେ ଘୁରି ବୁଲୁଥିଲା । ଶେଷରେ ବାଇପାସ ନିକଟରେ ଅଟୋକୁ ଅଟକାଇ ଯାଞ୍ଚ କରାଯିବା ବେଳେ ଦୁଇ ଟ୍ରଲି ବ୍ୟାଗ୍‌ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । 

ଭଦ୍ରକ ସହରାଞ୍ଚଳ ପୋଲିସ ଅଟୋ ସହ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଜବତ ଗଞ୍ଜେଇର ପରିମାଣ ଅସ୍ପଷ୍ଟ ଥିବା ବେଳେ ପ୍ରାୟ ୧୮ ରୁ ୨୦ କିଲୋ ଭଳି ଗଞ୍ଜେଇ ଥିବା ଅନୁମାନ କରାଯାଉଛି । କେଉଁ ଠାରୁ ଗଞ୍ଜେଇ ଆସୁଥିଲା ଓ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ସେ ନେଇ ତଦନ୍ତ ପରେ ପୋଲିସ ସ୍ପଷ୍ଟ କରିବ ବୋଲି ସୂଚନା ଦେଇଛି ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.