ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ ୩ ଜୈସ ଆତଙ୍କୀ ନିହତ

Published By : Prameya-News7 Bureau | May 15, 2025 IST

News7

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସୁରକ୍ଷା ବାହିନୀକୁ ସଫଳତା। ତ୍ରାଲରେ ଏନକାଉଣ୍ଟର ୩ ଆତଙ୍କୀ ନିହତ ହୋଇଛନ୍ତି। ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତରେ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଥିଲେ। ଏଥିରେ ୩ ଜୈସ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଆତଙ୍କ ଖେଳାଇବା ଯୋଜନା ଉଦ୍ଦେଶ୍ୟରେ ଭାରତରେ ଅନୁପ୍ରବେଶ କରିଥିଲେ। ଅପରେସନ ସିନ୍ଦୂର ପରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଅନେକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିସାରିଛନ୍ତି। କାଶ୍ମୀରର ଅନେକ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଛି।

ଗୁରୁବାର ସକାଳେ ଜମ୍ମୁ ଓ କାଶ୍ମୀର ପୋଲିସ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଏନକାଉଣ୍ଟର ବିଷୟରେ ସୂଚନା ଦେଇଛି। କାଶ୍ମୀର ଜୋନ୍ ପୋଲିସ ତାର X ହ୍ୟାଣ୍ଡେଲରେ ଲେଖିଛନ୍ତି, "ଅୱନ୍ତିପୋରାର ତ୍ରାଲ୍ ଅଞ୍ଚଳର ନାଦେରରେ ପୋଲିସ ଏବଂ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର ଆରମ୍ଭ କରିଛନ୍ତି।" ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ସେମାନେ ଅନ୍ୟ ସ୍ଥାନରେ ମଧ୍ୟ ସର୍ଚ୍ଚ ଅପରେସନ୍ କରୁଛନ୍ତି ଏବଂ ଆତଙ୍କବାଦୀମାନଙ୍କୁ ଖୋଜୁଛନ୍ତି। 

ମଙ୍ଗଳବାର ସୁରକ୍ଷା ବାହିନୀ ଏନକାଉଣ୍ଟରରେ କରିଥିଲେ। ସେମାନେ ସକାଳେ ଶୋପିଆନରେ ତିନି ଆତଙ୍କବାଦୀଙ୍କୁ ଘେରି ଯାଇଥିଲେ। ପରେ ସେମାନଙ୍କୁ ନିହତ କରିଥିଲେ। ଏହି ଅପରେସନ୍ ନ୍ୟାସନାଲ୍ ରାଇଫଲ୍ସ ୟୁନିଟ୍ ଦ୍ୱାରା କରାଯାଇଥିଲା। ନିହତ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ସେମାନଙ୍କ ପାଖରୁ ବହୁ ଉନ୍ନତ ଅସ୍ତ୍ରଶସ୍ତ୍ର ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.