ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର

Published By : Prameya-News7 Bureau | May 28, 2024 IST

ସାଲେପୁର ୨୮।୫: ସାଲେପୁର ପଞ୍ଚାୟତ ମିର୍ଜାପୁର ଗାଁରୁ ସାଲେପୁର ପୋଲିସ ପକ୍ଷରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଚୋରା ମଦ ବେପାରୀ ମାନେ ସକ୍ରିୟ ଥିବାବେଳେ ମଦ ଜବତ ହୋଇଛି । 

ସୋମବାର ବିଳମ୍ବିତ ରାତିରେ ସାଲେପୁର ପୋଲିସ  ନିର୍ବାଚନୀ ପାଟ୍ରୋଲିଂ କରୁଥିବା ସମୟରେ  କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରିଥିଲା । ଫଳରେ ମିର୍ଜାପୁରର ଜଣେ ବେପାରୀ ନିଜ ବାଡ଼ିରେ ରଖିଥିବା ୧୨୦ ଲିଟର  ବିଦେଶୀ ମଦ ଜବତ ହୋଇଛି । ଜବତ ମଦର ମୂଲ୍ୟ ହାରାହାରି ୮୫  ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏହି ମଦକୁ ସିଜ୍ କରିଛି ପୋଲିସ  । ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି ।

You Can Read :

ଝିଅଘରୁ ଫେରିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବାପାଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.