ନୂଆଦିଲ୍ଲୀ ୧୫/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ଅର୍ଥାତ ଆଜି ଲାଲକିଲ୍ଲାରୁ ଯୁବପିଢ଼ିଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସେ ଦେଶର ଯୁବକମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ଯୋଜନା ନାମରେ ଆରମ୍ଭ କରାଯାଇଛି ।
ଏହି ଯୋଜନା ଅଧୀନରେ ପ୍ରାୟ ୩.୫ କୋଟି ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ସହିତ, ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି କରୁଥିବା ପିଲାଙ୍କୁ ସରକାର ୧୫,୦୦୦ ଟଙ୍କା ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ଯୋଜନା ଅଧୀନରେ ଯୁବକମାନଙ୍କୁ ନୂତନ ନିଯୁକ୍ତି ସୁଯୋଗ ମିଳିବ । ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷକମାନଙ୍କ ପାଇଁ ଅନେକ ଯୋଜନା କାମ କରୁଛି । ମହିଳାମାନଙ୍କ ପାଇଁ ଲଖପତି ଦିଦି ଯୋଜନା ଆରମ୍ଭ ହୋଇଛି, ଯାହା ଆଜି ଲକ୍ଷ ଲକ୍ଷ ମହିଳାଙ୍କୁ ସାହାଯ୍ୟ କରୁଛି ।
ସେହିପରି ଆଜିଠୁ ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ଯୋଜନା ନାମରେ ଆଉ ଏକ ଯୋଜନା ଆରମ୍ଭ ହେଲା । ଯେଉଁଥିରେ ଯୁବପିଢ଼ି ଉପକୃତ ହେଲେ । ବେକାରୀ ସମସ୍ୟା ଦୂର ହେବ । ସମସ୍ତେ ରୋଜଗାର ପାଇବେ, ଆଗକୁ ବଢ଼ିବେ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ମୁଁ ଜାଣେ ଦାରିଦ୍ର୍ୟ କ'ଣ । ସେଥିପାଇଁ ମୋର ପ୍ରୟାସ ରହିଛି ଯେ ସରକାର ଫାଇଲରେ ଦାରିଦ୍ର୍ୟ ନାମକ ଶବ୍ଦ ନରହୁ ।