କେମିତି ହେବେ ପାଇଲଟ୍‌ ? ଖର୍ଚ୍ଚ କରିବେ କୋଟିକୋଟି, ଦରମା ପାଇବେ ମାତ୍ର…

Published By : Prameya-News7 Bureau | February 24, 2025 IST

ନୂଆଦିଲ୍ଲୀ ୨୪।୦୨: ଛୋଟବେଳେ ସମସ୍ତଙ୍କୁ ପଚରାଯାଏ ବଡ ହେଲେ କଣ ହେବ ? ଅନେକଙ୍କ ପାଟିରୁ ବାହାରିଥାଏ ବଡ ହେଲେ ପାଇଲଟ୍‌ ହେବୁ। ଏ ସ୍ବପ୍ନ କାହାର ପୂରଣ ହୁଏ ତ ଆଉ କାହାର ହଜିଯାଏ । ପାଇଲଟ୍‌ କେମିତି ହେବେ ଜାଣିନପାରି ଅନେକଙ୍କର ପାଇଲଟ୍‌ ହେବାର ସ୍ବପ୍ନ ଭାଙ୍ଗି ଯାଇଛି । 

ଆପଣ ବି ପାଇଲଟ ହେବାପାଇଁ ଚାହାନ୍ତି କି ? କିନ୍ତୁ ମନରେ ପ୍ରଶ୍ନ ପାଇଲଟ୍ ହେବା ପାଇଁ କେଉଁ ପାଠ୍ୟକ୍ରମ ଆବଶ୍ୟକ ? ପାଇଲଟ୍ ଟ୍ରେନିଂ କେଉଁଠାରେ ହୁଏ ? ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ? ଆସନ୍ତୁ ଜାଣିବା ଏସବୁ ବିଷୟରେ…ଯଦି ଆପଣ ଦ୍ୱାଦଶ ପାସ୍ କରିଛନ୍ତି ତେବେ ଆପଣ ପାଇଲଟ୍ ହୋଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଦ୍ୱାଦଶରେ ବିଜ୍ଞାନ ଷ୍ଟ୍ରିମ୍ ନେବାକୁ ପଡ଼ିବ । ଏହା ସହିତ ଆପଣଙ୍କୁ ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ୫୦ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ ।

ପାଇଲଟ କୋର୍ସ କରିବା ପାଇଁ ପ୍ରଥମେ ମେଡିକାଲ ଟେଷ୍ଟ କରାଇନେବା ଜରୁରୀ । ଶାରୀରିକ ଭାବରେ ଫିଟ ନରହିଲେ ଏହି କୋର୍ସ କରିପାରିବେନି । ଏଥିପାଇଁ ଆପଣଙ୍କୁ ପ୍ରଥମେ କ୍ଲାସ୍ -୨ ମେଡିକାଲ୍ ଟେଷ୍ଟ ପାଇଁ ଆବେଦନ କରିବାକୁ ପଡିବ । କ୍ଲାସ୍ -୨ ମେଡିକାଲ୍ ଟେଷ୍ଟ ହେଉଛି ପାଇଲଟ୍ ହେବା ପାଇଁ ଆବଶ୍ୟକ ଏକ ଡାକ୍ତରୀ ପ୍ରମାଣପତ୍ର । ଏହି ପରୀକ୍ଷା ପାଇଲଟଙ୍କ ମାନସିକ ଏବଂ ଶାରୀରିକ ସୁସ୍ଥତାକୁ ଆକଳନ କରେ । ପାଇଲଟ ବିମାନକୁ ସୁରକ୍ଷିତ ଭାବେ ଉଡ଼ାଇବା ପାଇଁ ଫିଟ୍ ଅଛନ୍ତି କି ନାହିଁ ଏହି ପରୀକ୍ଷା ନିଶ୍ଚିତ କରେ । 

ପରୀକ୍ଷା ପାଇଁ ଆପଣ ଡିଜିସିଏ ୱେବସାଇଟ୍କୁ ଯାଇ ଡାକ୍ତରଙ୍କ ନାମ ଦେଖିପାରିବେ । ଆଉ ଆପଣଙ୍କର ସୁବିଧା ଅନୁଯାୟୀ ଡାକ୍ତର ଚୟନ କରି ପରୀକ୍ଷା ପାଇଁ ବୁକ୍ କରିପାରିବେ । ତେବେ ଏହି ମେଡିକାଲ ଟେଷ୍ଟ ଦୁଇ ଦିନ ପର୍ଯ୍ୟନ୍ତ ଚାଲେ । ଏହାର ରିପୋର୍ଟ ଆସିବା ଜଣାପଡିଯିବ କି ଆପଣ ପାଇଲଟ୍‌ ହେବାକୁ ଫିଟ୍‌ କି ନୁହେଁ । ଏହାପରେ  କ୍ଲାସ୍ ୧ ଡାକ୍ତରୀ ପରୀକ୍ଷା ହେବ । ଏଥିରୁ ଫାଇନାଲ୍‌ ହୋଇପାରବ କି ଆପଣ ପାଇଲଟ୍ ହୋଇପାରିବେ କି ନାହିଁ।

ତେବେ ଆପଣ ଦୁଇଟି ଉପାୟରେ ପାଇଲଟ୍ ହୋଇପାରିବେ। ପ୍ରଥମ ହେଉଛି ଆପଣ ଏକ ଫ୍ଲାଇଙ୍ଗ୍ ସ୍କୁଲରେ ଯୋଗ ଦେଇପାରିବେ, ଯାହା ଆପଣଙ୍କର ପରୀକ୍ଷା କରାଇବେ ଏବଂ ଫ୍ଲାଇଂ ମଧ୍ୟ କରାଇବ । କିନ୍ତୁ ଏଥିପାଇଁ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ କି ଆପଣ ପ୍ରଥମେ ପରୀକ୍ଷା ଦେବାକୁ ଚାହୁଁଛନ୍ତି କି ଉଡ଼ାଣ ଭରିବାକୁ ଚାହୁଁଛନ୍ତି । ଯଦି ଆପଣ ପ୍ରଥମେ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଫ୍ଲାଇଙ୍ଗ୍ ସ୍କୁଲ ଯିବା ଆବଶ୍ୟକ ନାହିଁ । କାରଣ ଅଲଗା ଭାବେ କିଛି ଅନୁଷ୍ଠାନ ରହିଛି  ଯିଏକି ପରୀକ୍ଷା ପାଇଁ ଟ୍ୟୁସନ କ୍ଲାସ ଯୋଗାଇଥାଏ । 

Pariksha.dgca.gov.in(UDAAN) ୱେବସାଇଟକୁ ଯାଇ ନିଜ ନାଁ ରେଜିଷ୍ଟର କରିବାକୁ ପଡ଼ିବ । ଏହାପରେ ଆପଣଙ୍କୁ ମିଳିବ ଏକ କମ୍ପ୍ୟୁଟର ନମ୍ବର । ନମ୍ବର ମିଳିବା ପରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଆପଣ । ଏହି ପ୍ରକାର ଟ୍ରେନିଂକୁ Commercial pilot licence course କୁହାଯାଏ । ଏହି କୋର୍ସରେ ସମସ୍ତ ପରୀକ୍ଷା ପାସ କରିବାକୁ ପଡିବ ଏବଂ ୨୦୦ ଘଣ୍ଟାର ଉଡ଼ାଣ ମଧ୍ୟ ଭରିବାକୁ ପଡ଼ିବ । ତେବେ ପରୀକ୍ଷା କ୍ଲିଅର କରିବା ପରେ ଉଡାଣ ଭରିବାର କିଛି ନିର୍ଦ୍ଧିଷ୍ଟ ସମୟସୀମା ରହିଛି । 

ପାଇଲଟ୍‌ କୋର୍ସରେ Meteorology, ନାଭିଗେସନ୍‌ ଏବଂ Air regulation ଶିକ୍ଷା ଦିଆଯାଏ । Meteorologyରେ ପାଣିପାଗ ବିଷୟରେ ଶିକ୍ଷା ଦିଆଯିବ, ଯାହା ପାଇଲଟଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହାସହିତ ନାଭିଗେସନ୍ ଦ୍ବାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କିପରି ପହଞ୍ଚିବ ସେ ଶିକ୍ଷା ଦିଆଯିବ । ଏହାପରେ ବିମାନ ଇଞ୍ଜିନ୍ କିପରି କାର୍ଯ୍ୟ କରେ ଏବଂ ଏହାର ମୌଳିକ ନୀତି ବିଷୟରେ ଶିକ୍ଷା ଦିଆଯାଏ ।  Air regulationରେ ଏୟାର ଟ୍ରାଫିକ୍ ନିୟମର ଶିକ୍ଷା ଦିଆଯାଏ । କାରଣ ପ୍ରତ୍ୟେକ ଦେଶର Air regulation ଭିନ୍ନ ଭିନ୍ନ ହୋଇଥାଏ । 

ତେବେ ପାଇଲଟ କୋର୍ସ କରିବା ପାଇଁ ପାଖାପାଖି ୩୫ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ  । ବିମାନରେ ଜଣେ ଫାଷ୍ଟ ଅଫିସର ଓ ଜଣେ କ୍ୟାପଟେନ ବିମାନ ଉଡ଼ାନ୍ତି । ଏଥିରେ କ୍ୟାପଟେନଙ୍କ ଦରମା ମାସିକ ୮ରୁ ୧୦ ଲକ୍ଷ ଥାଏ, ଫାଷ୍ଟ ଅଫିସରଙ୍କୁ ୩ ଲକ୍ଷ ଟଙ୍କା ଦରମା ପ୍ରଦାନ କରାଯାଏ । ଭାରତର କୌଣସି ବି ପାଇଲଟଙ୍କ ଦରମା ମାସକୁ ୧୦ ରୁ ୧୫ ଲକ୍ଷ ମଧ୍ୟରେ ସୀମିତ ଥାଏ । ତେଣୁ ପାଇଲଟ୍‌ ହେବା ପୂର୍ବରୁ ଜାଣିନିଅନ୍ତୁ ଏହି ସବୁ ଜିନିଷ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.