ନୂଆଦିଲ୍ଲୀ ୨୧।୦୬: ବର୍ତ୍ତମାନ ସମୟରେ ଡ୍ରୋନ୍ ସେନା ଏବଂ ସାଧାରଣ ଜୀବନରେ ବ୍ୟବହାର ହେଉଛି । କିନ୍ତୁ ସେନା ଡ୍ରୋନ୍ ଏବଂ ସାଧାରଣ ଡ୍ରୋନ୍ ମଧ୍ୟରେ କଣ ରହିଛି ପାର୍ଥକ୍ୟ । ସେନା ଡ୍ରୋନ୍ର ବ୍ୟବହାର ନଜର ରଖିବା, ଯୁଦ୍ଧ, ଏବଂ ଗୁପ୍ତ ତଥ୍ୟ ଏକାଠି କରିବାରେ ସାହାଯ୍ୟ କରିଥାଏ । ସାଧାରଣ ଡ୍ରୋନ୍ ଫୋଟୋଗ୍ରାଫି, ଡେଲିଭରୀ କିମ୍ବା ମନୋରଞ୍ଜନ ପାଇଁ ତିଆରି କରାଯାଇଥାଏ ।
ସେନା ଡ୍ରୋନ୍ ମଜବୁତ୍ ସାମଗ୍ରୀରୁ ତିଆରି ହୋଇଥାଏ । ଯାହା କଠିନ ସମୟରେ ଆକ୍ରମଣକୁ ସମ୍ଭାଳିପାରିବ । ଏଥିରେ ଷ୍ଟିଲ୍ଥ ଟେକ୍ନିକ୍ ରହିଥାଏ । ଯାହା ରାଡାରରୁ ରକ୍ଷା କରିଥାଏ । ସାଧାରଣ ଡ୍ରୋନ୍ ହାଲୁକା ଏବଂ ଶସ୍ତା ମ୍ୟାଟେରିଆଲ୍ରୁ ତିଆରି ହୋଇଥାଏ । ସେନା ଡ୍ରୋନ୍ରେ ଉନ୍ନତ ସେନସର, ଥର୍ମାଲ୍ ଇମେଞ୍ଜିଙ୍ଗ ଏବଂ ଲମ୍ବା ଦୂରତାର ସଂଚାର ପ୍ରଣାଳୀ ହୋଇଥାଏ । ଅନ୍ୟପଟେ ସାଧାରଣ ଡ୍ରୋନ୍ର ବ୍ୟଟେରୀ ୨୦-୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥାଏ ଏବଂ ସୀମିତ ଦୂରତା ଯାଏଁ କାମ କରିଥାଏ ।
ସେନ୍ୟ ଡ୍ରୋନ୍ ମିସାଇଲ୍ ଏବଂ ଲେଜର ହତିଆର ଲେସ୍ ହୋଇଥାଏ । କିନ୍ତୁ ସାଧାରଣ ଡ୍ରୋନ୍ ହତିଆର ନଥାଏ । କେବଳ କ୍ୟାମେରା ଏବଂ ଡେଲିଭରୀ ପାଇଁ ଉପଯୁକ୍ତ ହୋଇଥାଏ । ସେନା ଡ୍ରୋନ୍ ୫୦-୧୦୦ କିମି ରେଞ୍ଜ ଏବଂ ୨୦ ହଜାର ଫୁଟ ଉଚ୍ଚରେ ଉଡିଥାଏ । ସାଧାରଣ ଡ୍ରୋନ୍ ୫-୧୦ କିମି ଉଚ୍ଚା ଏବଂ ୪୦୦ ଫୁଟ ଯାଏଁ ସୀମିତ ରହିଥାଏ । ସେନା ଡ୍ରୋନ୍ ଏଆଇ ଆଧାରିତ ସଫ୍ଟଓୟାର ଏବଂ ସାଟେଲାଇଟ୍ ନିୟନ୍ତ୍ରଣ ହୋଇଥାଏ । ସାଧାରଣ ଡ୍ରୋନ୍ ମୋବାଇଲ୍ ଆପ୍ କିମ୍ବା ରିମୋର୍ଟ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ।
ସେନା ଡ୍ରୋନ୍ର ଦାମ୍ କୋଟିକୋଟି ହୋଇଥାଏ ଏବଂ କେବଳ ସେନା ପାଇଁ ଉପଲବ୍ଧ ହୋଇଥାଏ । କିନ୍ତୁ ସାଧାରଣ ଡ୍ରୋନ୍ର ଦାମ୍ ୫ ହଜାରରୁ ୧ ଲକ୍ଷ ଯାଏଁ ହୋଇଥାଏ । ସୈନ୍ୟ ଡ୍ରୋନ୍ର ବ୍ୟବହାର କେବଳ ସରକାର ଏବଂ ସେନା କରିପାରିବେ । କିନ୍ତୁ ସାଧାରଣ ଡ୍ରୋନ୍ ପାଇଁ DGCA ନିୟମ ଲାଗୁ ହୋଇଥାଏ । ଯେପରି କି ୪୦୦ ଫୁଟ୍ର ଉଡାଣ ସୀମା ଏବଂ ଲାଇସେନ୍ସ ଜରୁରୀ ହୋଇଥାଏ । ସେନା ଡ୍ରୋନ୍ ରକ୍ଷା ଓ ସୁରକ୍ଷା ପାଇଁ ନିର୍ମାଣ କରାଯାଇଥାଏ । ଅନ୍ୟପଟେ ସାଧାରଣ ଡ୍ରୋନ୍ ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଉପଯୋଗ ପାଇଁ କରାଯାଇଥାଏ ।