ନୂଆଦିଲ୍ଲୀ - ଗତ କିଛି ବର୍ଷ ମଧ୍ୟରେ ଭାରତରେ ଇଲେକ୍ଟ୍ରିକ୍ ଗାଡ଼ିର ବିକ୍ରୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି, କିନ୍ତୁ ଏହି ଗତି ଏବେ ବି ଚୀନ୍, ଆମେରିକା ଏବଂ ଅନେକ ୟୁରୋପୀୟ ଦେଶ ତୁଳନାରେ ବହୁତ କମ୍। ୨୦୨୪ ମସିହାରେ, ଭାରତରେ ମୋଟ ଗାଡ଼ି ବିକ୍ରୟରେ ଇଭି ଗୁଡ଼ିକର ଅବଦାନ କେବଳ ୭.୬ ପ୍ରତିଶତ ଥିଲା, ଯାହା ସରକାରଙ୍କ ସେହି ଲକ୍ଷ୍ୟ ଠାରୁ ଖୁବ୍ କମ୍ , ଯେଉଁଥିରେ ୨୦୩୦ ସୁଦ୍ଧା ସେୟାରକୁ ୩୦ ପ୍ରତିଶତ ଯାଏ କରିବାର ଅଛି।
ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ଏକ ରିପୋର୍ଟରେ ଏହାର ଖୁଲାସା ହୋଇଛି। ଯଦିଓ ଭାରତରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ବିକ୍ରୟରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି, କିନ୍ତୁ ଇଲେକ୍ଟ୍ରିକ୍ କାର, ବସ୍ ଓ ବଡ଼ ଯାନ ଗୁଡ଼ିକ ପାଇଁ ଏହି ହାର ବହୁତ କମ୍। ନୀତି ଆୟୋଗ ଅନୁସାରେ , ଏହି ସେଗମେଣ୍ଟ ଗୁଡ଼ିକରେ ବିକ୍ରୟ ବୃଦ୍ଧି କରିବା ପାଇଁ ଭାରତରେ ଏକ ଜାତୀୟ EV ନୀତି ଆବଶ୍ୟକ ରହିଛି।
" ଇଲେକ୍ଟ୍ରିକ୍ ଭାଇକଲ ଇନ ଇଣ୍ଡିଆ : ଅନଲକିଂ ୟୁଏସଡି ୨୦୦ ବିଲିୟନ ଅପର୍ଚୁନିଟି" ଶୀର୍ଷକ ଏହି ରିପୋର୍ଟରେ ଦେଶରେ ଇଲେକ୍ଟ୍ରିକ୍ ଯାନ (EVs)କୁ ପ୍ରୋତ୍ସାହିତ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରମୁଖ ଚ୍ୟାଲେଞ୍ଜଗୁଡ଼ିକୁ ବିଷୟରେ କୁହାଯାଇଛି ଏବଂ ୨୦୩୦ ସୁଦ୍ଧା ୩୦% EV ବିକ୍ରୟ ଲକ୍ଷ୍ୟ ହାସଲ କରିବା ପାଇଁ ଦୃଢ ପଦକ୍ଷେପ ନେବା କଥା କୁହାଯାଇଛି। ରିପୋର୍ଟରେ EVକୁ ଗ୍ରହଣ କରିବାକୁ ତ୍ୱରାନ୍ୱିତ କରିବା ପାଇଁ ନିବେଶ ଏବଂ ସଂସ୍କାର ମଧ୍ୟ ପରାମର୍ଶ ଦିଆଯାଇଛି।
ଇଭି ଗ୍ରହଣ କରିବାରେ ଭାରତ ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ପଛରେ ଅଛି-
ରିପୋର୍ଟ ଅନୁସାରେ, ଭାରତରେ EV ବିକ୍ରୟ ୨୦୧୬ ରେ ୫୦,୦୦୦ ୟୁନିଟ୍ରୁ ବୃଦ୍ଧି ପାଇ ୨୦୨୪ ରେ ୨୮ ଲକ୍ଷ ୟୁନିଟ୍ ହୋଇ ଯାଇଛି। ଅନ୍ୟପଟେ ବିଶ୍ୱବ୍ୟାପୀ EV ବିକ୍ରୟ ୨୦୧୬ ରେ ୯.୧୮ ଲକ୍ଷ ୟୁନିଟ୍ରୁ ୨୦୨୪ରେ ୧.୮୭୮ କୋଟି ୟୁନିଟ୍କୁ ବୃଦ୍ଧି ପାଇଛି। ୨୦୨୪ରେ, ଭାରତର ମୋଟ ଯାନବାହନ ବିକ୍ରୟରେ EV ର ଅଂଶ ମାତ୍ର ୭.୬% ଥିଲା , ଯାହା ୨୦୩୦ ସୁଦ୍ଧା ଧାର୍ଯ୍ୟ କରାଯାଇଥିବା ୩୦% ଲକ୍ଷ୍ୟ ଠାରୁ ବହୁତ କମ୍। ଏହି ୭.୬% ସେୟାର ପାଇବା ପାଇଁ ଭାରତକୁ ପ୍ରାୟ ୧୦ ବର୍ଷ ଲାଗିଛି, କିନ୍ତୁ ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ୨୨% ରୁ ଅଧିକ କରିବାକୁ ହେବ। ରିପୋର୍ଟ ଅନୁସାରେ, ଭାରତ EV ଦୁଇ ଚକିଆ ଏବଂ ତିନି ଚକିଆ ଯାନରେ ଭଲ କରୁଛି, ବସ୍ରେ ମଧ୍ୟ କିଛି ପ୍ରଗତି ହୋଇଛି, କିନ୍ତୁ ଇଲେକ୍ଟ୍ରିକ୍ କାରର ଗତି ଧୀର ଓ ଦୂରଗାମୀ ଇଲେକ୍ଟ୍ରିକ୍ ଟ୍ରକ୍ ଗୁଡ଼ିକ ପ୍ରାୟ ଆରମ୍ଭ ହୋଇ ନାହିଁ।
ରିପୋର୍ଟରେ ପ୍ରୋତ୍ସାହନ ବ୍ୟତୀତ ଇଲେକ୍ଟ୍ରିକ୍ ଭାଇକଲର ଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଦୃଢ ନିୟମାବଳୀର ସୁପାରିଶ କରାଯାଇଛି। ଏଥିରେ ୫ଟି ବଡ଼ ବଡ଼ ସହରରେ ବସ୍, ପାରା-ଟ୍ରାନଜିଟ୍ ଏବଂ ମାଲବାହୀ ଯାନବାହନକୁ ଇଲେକ୍ଟ୍ରିକ୍ରେ ପରିଣତ କରିବାର ଯୋଜନା ନେଇ ପରାମର୍ଶ ଦିଆ ଯାଇଛି। ଯାହା ଦ୍ୱାରା ଏହାର ପ୍ରଭାବ ସ୍ପଷ୍ଟ ଭାବେ ନଜର ଆସିବ। ଏଥିରେ ବୈଦ୍ୟୁତିକ ବସ୍ ଓ ଟ୍ରକର ପ୍ରାରମ୍ଭିକ ମୂଲ୍ୟ ହ୍ରାସ କରିବା ପାଇଁ ଅନ୍ତର୍ଜାତୀୟ ସହଯୋଗରେ ଏକ ସାଧାରଣ ପାଣ୍ଠି ଗଠନ କରିବା ଏବଂ ୨୦ ଟି ପ୍ରମୁଖ ମାଲବାହୀ ରୁଟରେ ଏକ ମଜବୁତ ଚାର୍ଜିଂ ନେଟୱାର୍କ ବିକାଶ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ, ସାରା ଦେଶରେ ଏକ EV ଚାର୍ଜିଂ ଆପ୍ ତିଆରି କରିବାକୁ କୁହାଯାଇଛି, ଯେଉଁଥିରେ ଚାର୍ଜିଂ ଓ ପେମେଣ୍ଟ ସହଜ ହେବ।