ମେ'୦୨ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 02, 2025 IST

ମେଷ- ତୃତୀୟ ଚନ୍ଦ୍ର ଯୋଗୁ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। କ୍ୟାରିୟର ଆଗକୁ ନେବା ପାଇଁ ଦିନଟି ବହୁତ ଭଲ ରହିଛି। ରୋଜଗାର ସାମାନ୍ୟ ରହିବ। ପରିବାରରେ ଖୁସି ଲାଗି ରହିବ। ଛାତ୍ରଛାତ୍ରୀମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

ବୃଷ- ପର ଚର୍ଚ୍ଚାରେ ସମୟ ଅତିବାହିତ କରିବେ। ଅର୍ଥ ବ୍ୟୟର ଯୋଗ ରହିଛି। ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ। ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ। ଛାତ୍ରଛାତ୍ରୀମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ।

ମିଥୁନ- ରାଶିରେ ଆପଣଙ୍କର ଶ୍ରୀ ଚନ୍ଦ୍ର। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଧନ ଲାଭର ଯୋଗ ରହିଛି। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଉଚ୍ଚସମ୍ମାନର ଅଧିକାରୀ ହେବେ। ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହେବେ।

କର୍କଟ- ଉଚ୍ଚ ପଦପଦବୀରେ ସମ୍ମାନିତ ହେବେ। ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଅଟକିଥିବା କାର୍ଯ୍ୟର ପୁନରାରମ୍ଭ ହେବ। ପରିବାରର ଧ୍ୟାନ ରଖିବେ। ବିଦ୍ୟାର୍ଥୀମାନେ ସଫଳ ହେବେ। 

ସିଂହ- ଦିନଟି ବହୁତ ଭଲ ରହିଛି। ବ୍ୟବସାୟରେ ଖ୍ୟାତି ଓ ଉନ୍ନତି ମିଳିବ। ନିଜ କର୍ମକୁ ଠିକ୍ ସମୟରେ ସଂପୂର୍ଣ୍ଣ କଲେ ଉତ୍ତମ ଫଳ ଲାଭ ହେବ। ସାମାଜିକ କଲ୍ୟାଣ ପାଇଁ ମନୋନିବେଶ କରିବେ। ବୈବାହିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନଙ୍କର ଭ୍ରମଣ ଯୋଗ ରହିଛି।

କନ୍ୟା- ପ୍ରଶଂସାର ପାତ୍ର ହେବେ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି ।

ତୁଳା- ଦିନଟି ବହୁତ ଭଲରେ କଟିବ। ସେବା ପୂଜାରେ ମନୋନିବେଶ କରିବେ। ଚାକିରିରେ ପ୍ରଶଂସା ମିଳିବ । ପାରିବାରିକ ଜୀବନ ସାମାନ୍ୟ ରହିବ। ବ୍ୟବସାୟରେ ଧୀର ପ୍ରଗତି ହେବ। ବନ୍ଧୁଙ୍କ ସହ ଭ୍ରମଣ ଯୋଗ ରହିଛି। ନୂଆ ସଂପତ୍ତି କ୍ରୟ କରିବେ ।

ବିଛା- ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଉନ୍ନତି ଯୋଗ ରହିଛି। ସଭାରେ ସମ୍ମାନିତ ହେବେ। ପ୍ରେମ ସମ୍ପର୍କରେ ଖୁସି ଖବର ମିଳିବ। ଛାତ୍ରଛାତ୍ରୀମାନେ ଏତେ ଭଲ ଫଳ ପ୍ରଦାନ କରିବେ ନାହିଁ।

ଧନୁ- ଦିନଟି ଭଲ ଫଳ ଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ। ଆୟର ଯୋଗ ରହିଛି। କାହାକୁ ଉଧାର ଦିଅନ୍ତୁ ନାହିଁ। ଖୁସିର ବାର୍ତ୍ତା ମିଳିବ।

ମକର- ବାକିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ। ପରିବାରରେ ଶୁଭ କର୍ମ ହେବ। ବ୍ୟବସାୟୀମାନେ ଲାଭବାନ ହେବେ।

କୁମ୍ଭ- ଭାଗ୍ୟର ସାଥ ମିଳିବ। ବାକିଥିବା କାର୍ଯ୍ୟ ସମାପ୍ତ ହେବ ରାଜନୀତିରେ ନୂଆ ଆଶା ଦେଖାଦେବ। ମିତ୍ରଙ୍କ ସହ ଭ୍ରମଣରେ ଯାଇପାରନ୍ତି। ବ୍ୟବସାୟରେ  ଅଧିକ ଲାଭ ମିଳିବ। ଗୃହକୁ ବନ୍ଧୁଙ୍କ ଆଗମନ ହେବ।

ମୀନ- ଦିନଟିରେ ସାମାନ୍ୟ କଳହ ଯୋଗ ରହିବ। ବ୍ୟବସାୟରେ  ନୂତନ କାର୍ଯ୍ୟ ଆରମ୍ଭ ହେବ। ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଛାତ୍ରଛାତ୍ରୀମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ- 8249826682

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.