ନାକରେ ଚାନ୍ଦିର ନୋଥ କାହିଁକି ପିନ୍ଧନ୍ତିନି ? ଜାଣନ୍ତୁ ଏହା ପଛର କାରଣ...

Published By : Prameya-News7 Bureau | June 21, 2025 IST

ନୂଆଦିଲ୍ଲୀ ୨୧।୦୬: ହିନ୍ଦୁଧର୍ମରେ ଆଭୂଷଣକୁ କେବଳ ଶୃଙ୍ଗାର ସାମଗ୍ରୀ ବିବେଚନା କରାଯାଏନି ବରଂ ଏହା ଧାର୍ମିକ ମହତ୍ବ ମଧ୍ୟ ରଖିଥାଏ । ଜ୍ୟୋତିଷଶାସ୍ତ୍ରରେ ପ୍ରତି ଆଭୂଷଣର ସମ୍ପର୍କ କୌଣସି ନା କୌଣସି ଗ୍ରହ ସହିତ ରହିଥାଏ । ମାନ୍ୟତା ରହିଛି କି ଆଭୂଷଣ ଦ୍ବାରା ଗ୍ରହର ପ୍ରଭାବ ଆଭୂଷଣ ପିନ୍ଧିଥିବା ବ୍ୟକ୍ତିଙ୍କ ଉପରେ ପଡିଥାଏ । ବିଶେଷଜ୍ଞଙ୍କ ଅନୁସାରେ ନାକରେ ଚାନ୍ଦିର ନୋଥ ପିନ୍ଧିବା ଉଚିତ୍ ନୁହେଁ । ଆସନ୍ତୁ ଜାଣିବା ଏହା ପଛର କାରଣ ବିଷୟରେ…

ଧାର୍ମିକ ମାନ୍ୟତା ଅନୁଯାୟୀ ଶରୀରର ଉପର ଭାଗରେ ସୁନା ଏବଂ ତଳଭାଗରେ ଚାନ୍ଦି ପିନ୍ଧିବା ଉଚିତ୍ । ବାସ୍ତବରେ ଶରୀରର ଉପର ଭାଗରେ ଭଗବାନଙ୍କ ଅଂଶ ହୋଇଥିବା ବିବେଚନା କରାଯାଏ । ଏଥିସହିତ ସୁନା ସୂର୍ଯ୍ୟ ଏବଂ ବୃହସ୍ପତି ଗ୍ରହ ଦ୍ବାରା ଶାସିତ ହୋଇଥାଏ । ମାନ୍ୟତା ରହିଛି କି ସୁନାର ଉର୍ଜା ବହୁତ ଅଧିକ ମାତ୍ରାରେ ରହିଥାଏ ଏବଂ ଏହି ଧାତୁକୁ ଶୁଭର ପ୍ରତୀକ ବିବେଚନା କରାଯାଏ । ଜ୍ୟୋତିଷଶାସ୍ତ୍ରରେ ଚାନ୍ଦିରୁ ତିଆରି ଆଭୂଷଣକୁ ଶରୀରର ନିମ୍ନ ଭାଗରେ ପିନ୍ଧିବାର ମାନ୍ୟତା ରହିଛି । ଚାନ୍ଦି ଶୀତଳ ହୋଇଥାଏ ଏବଂ ଏହା ଶରୀରକୁ ଥଣ୍ଡା କରିଥାଏ । 

ନାକରେ ଚାନ୍ଦି ନୋଥ ପିନ୍ଧିଲେ ଶୁକ୍ର  ଗ୍ରହର ସ୍ଥିତି କମ୍ ହୋଇଯାଇଥାଏ । ଯେଉଁଥିପାଇଁ ଜୀବନରେ ସମସ୍ୟା ବଢିଯାଇଥାଏ । ଚନ୍ଦ୍ରଙ୍କ ସହିତ ସମ୍ପର୍କ ଥିବାରୁ ଚାନ୍ଦି ନୋଥ ପିନ୍ଧିଲେ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ସୁନାରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଯେଉଁଥିପାଇଁ ସୁନାକୁ ଶରୀରର ତଳଭାଗରେ ପିନ୍ଧିବା ଉଚିତ୍ ନୁହେଁ । ନଚେତ୍ ମା ଲକ୍ଷ୍ନୀ ରାଗି ଯାଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.