ଭଦ୍ରକରେ ବିଶାଳ ରକ୍ତଦାନ ଶିବିର ଉଦଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | June 14, 2025 IST

ଭଦ୍ରକ ୧୪।୬: ଆଜି ରକ୍ତଦାତା ଦିବସ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ, ଏନସିସି ଓ ରେଡ଼କ୍ରସ ବିଭାଗର ମିଳିତ ଅନୁଷ୍ଠାନରେ ଭଦ୍ରକ ନୂତନ ଡିଏଚଏଚ ପରିସରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାର ଶୁଭାରମ୍ଭ କରିଛନ୍ତି । ସେଭେନ୍ଥ ଓଡ଼ିଶା ବାଟାଲିୟନର କ୍ୟାଡେଟ, ଦ୍ୱିତୀୟ ନାଭାଲ ୟୁନିଟର ହଜାରରୁ ଉର୍ଦ୍ଧ୍ୱ କ୍ୟାଡେଟ ଏଥିରେ ଭାଗ ନେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଛନ୍ତି ।

You Can Read:

ପ୍ରମାଣ ଥାଇ ବି କାହିଁକି ହେଉନି ଆକ୍ସନ, ନ୍ୟାୟ ପାଇଁ ସପରିବାର ଗୁହାରି କଲେ ମହିଳା RI

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.