ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | June 25, 2025 IST

ଭୁବନେଶ୍ବର ୨୫।୬: ଆହୁରି ସପ୍ତାହେ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା।  ଅତ୍ୟଧିକ ବର୍ଷା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ଢେ଼ଙ୍କାନାଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା । ଏହି ଜିଲ୍ଲା ଗୁଡ଼ିକରେ ବିଜୁଳି ଘଡ ଘଡି ଜନିତ ବର୍ଷା ମଧ୍ୟ ହୋଇପାରେ । ଏଥିସହ ଝଡି ପବନ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ରହିବ । ସେହିପରି ପ୍ରବଳ ବର୍ଷା ପାଇଁ ବରଗଡ, ସୋନପୁର, ବୌଦ୍ଧ ଜଗତସିଂହପୁର, କଟକ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ଏଭଳି ପାଗ ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ ।  

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ଲଘୁଚାପର ରୂପ ନେଇପାରେ । ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଏଥିସହ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ । ଅନ୍ୟପଟେ ପଶ୍ଚିମ ଦିଗରୁ ଓଡ଼ିଶାକୁ ବାୟୁ  ପ୍ରବେଶ କରୁଥିବା ବେଳେ ଏହା ବର୍ଷା କରାଇବା ପାଇଁ ସହାୟକ ହେଉଛି । ଏଭଳି ପାଗ ଆସନ୍ତା ୨୬   ତାରିଖ ଯାଏଁ ଜାରି ରହିବ । ପରେ ଏହି ସିଷ୍ଟମ ଗତି କରିଯିବ । ପ୍ରଭାବରେ ଝାଡଖଣ୍ଡ, ଛତିଶଗଡରେ ବର୍ଷା ହେବ । ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ମଡେଲ ଅନୁସାରେ ବର୍ତ୍ତମାନ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିନ୍ତୁ ଜୁଲାଇ ୧ରୁ ପୁଣି ବର୍ଷାର ପରିମାଣ ବଢ଼ିବ । 

ସେପଟେ ୨୫ ଓ ୨୬ ତାରିଖରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । 

You Can Read:

ରଥଯାତ୍ରା ପାଇଁ ପୁରୀ ପୋଲିସର ମକ୍‌ଡ୍ରିଲ୍ : ରଥ ଟଣା, ଭିଡ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷାର ଅଭ୍ୟାସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.