କଟକ ୨୨।୭: ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ଏସ୍ଆଇଜି ତଦନ୍ତ ଦାବି କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । ଫକୀରମୋହନ କଲେଜ ପରିସରରେ ଛାତ୍ରୀ ଆତ୍ମାହୁତି କରିବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ତଦନ୍ତ ପାଇଁ ଏସ୍ଆଇଟି ଗଠନ କରାଯାଉ, ଯାହାର ମନିଟରିଂ ହାଇକୋର୍ଟ କରନ୍ତୁ ବୋଲି ଆବେଦନ କରି ଆଇନଜୀବୀ ଶିବ ଶଙ୍କର ମହାନ୍ତି ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର କରିଥିଲେ । ମଙ୍ଗଳବାର ଏହି ମାମଲାର ପ୍ରାରମ୍ଭିକ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ବାବଦୀୟ ତଥ୍ୟ ସରକାରୀ ପକ୍ଷ କୋର୍ଟରେ ଉପସ୍ଥାପନ କରିଥିଲେ । ଯାହା ଉପରେ କୋର୍ଟ ସନ୍ତୋଷ ପ୍ରକାଶ କରିବା ସହିତ ଦାୟର ମାମଲାକୁ ଅଗ୍ରାହ୍ୟ କରିଦେଇଛନ୍ତି ।
ସେପଟେ, ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଏବଂ କଂଗ୍ରେସକୁ ନୋଟିସ ଜାରି କରାଯାଇଛି । ଏହି ଦୁଇ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିଲା । ସେହି ଦୃଷ୍ଟିରୁ ଏହି ଦୁଇ ରାଜନୈତିକ ଦଳକୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ।
You Can Read:
ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି, ଡାକ୍ତର କରୁଣାକର ରାଉତଙ୍କୁ ବହିଷ୍କୃତ କଲେ