ଏଫଏମ୍ କଲେଜ ଛାତ୍ରୀଙ୍କ ଦଶାହରେ ରେଭନ୍ସା ଛାତ୍ରଛାତ୍ରୀଙ୍କ ତରଫରୁ ହନୁମାନ ଚାଳିଶା ପାଠ

Published By : Prameya-News7 Bureau | July 23, 2025 IST

କଟକ: ବାଲେଶ୍ଵର ଏଫଏମ୍ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାକୁ ଦଶ ଦିନ ପୂରିଛି। ବୁଧବାର ଥିଲା ମୃତ ଛାତ୍ରୀଙ୍କ ଦଶାହ। ଏମିତିରେ କଟକ ରେଭେନ୍ସା ବିଶ୍ଵ ବିଦ୍ୟାଳୟ ପରିସରରେ ଥିବା ମନ୍ଦିରରେ ବର୍ତ୍ତମାନ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନେ ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ହନୁମାନ ଚାଳିଶା ପାଠର ଆୟୋଜନ କରିଥିଲେ। ଏହା ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ଏହି ସମୟରେ ଛାତ୍ରଛାତ୍ରୀମାନେ ଭାବ ବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ସହ ଅଧ୍ୟାପକ ଏବଂ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ରକ୍ଷା କରାଯାଇପାରିବ ସେ ଉପରେ ଆଲୋଚନା କରାଯାଇଥିଲା। ଆଗକୁ କୌଣସି ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ଏଭଳି ନଘଟିବ ସେଥିପାଇଁ ପ୍ରାର୍ଥନା କରାଯାଇଥିଲା। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.