ଇସ୍ରାଏଲୀୟ ବନ୍ଧକଙ୍କୁ ସହାୟତା ଦେବାକୁ ହମାସ ପ୍ରସ୍ତୁତ , କହିଲା - ଏହି ସର୍ତ୍ତକୁ ମାନିଲେ ...

Published By : Prameya-News7 Bureau | August 04, 2025 IST

କାହିରା : ଗାଜାରେ ଏବେ ବି ଅନେକ ଇସ୍ରାଏଲୀୟ ହମାସ କବଳରେ ଫସି ରହିଛନ୍ତି , ସେମାନେ ସେଠାରେ ଖୁବ୍‌ ଦୟନୀୟ ସ୍ଥିତିରେ ରହିଛନ୍ତି। ହମାସ ଗତ ଦିନରେ ଏମିତି ହିଁ ବନ୍ଧକଙ୍କ ଦୟନୀୟ ସ୍ଥିତି ପ୍ରଦର୍ଶିତ କରୁଥିବା ଏକ ଭିଡ଼ିଓ ସେୟାର କରିଥିଲା , ଯାହାର ଅନ୍ତରାଷ୍ଟ୍ରୀୟ ସ୍ତରରେ ଖୁବ୍‌ ସମାଲୋଚନା ହୋଇଥିଲା। ହମାସ ଗତ ରବିବାର କହିଥିଲା ଯେ, ଯଦି ଇସ୍ରାଏଲ ତାର କିଛି ସର୍ତ୍ତ ପୂରଣ କରିବ , ତ ସେ ଗାଜାରେ ଇସ୍ରାଏଲୀୟ ବନ୍ଧକଙ୍କ ପାଖରେ ସହାୟତା ପହଞ୍ଚାଇବା ପାଇଁ ରେଡ୍‌ କ୍ରସ୍ ସହ ସମନ୍ୱୟ କରିବାକୁ ପ୍ରସ୍ତୁତ ହେବ। ହମାସ କହିଛି ଯେ, ସେ ରେଡ୍‌କ୍ରସ୍‌ ସହ କୌଣସି ବି ସହଯୋଗ ଓ ସମନ୍ୱୟ ସେତେବେଳେ କରିବ , ଯେତେବେଳେ ଇସ୍ରାଏଲ ଗାଜା ପଟ୍ଟିରେ ସ୍ଥାୟୀ ଭାବେ ମାନବୀୟ କରିଡରକୁ ଖୋଲିବ ଏବଂ ସେଠାରେ ରିଲିଫ୍‌ ଓ ରାସନ ବିତରଣ ବେଳେ ବିମାନ ଆକ୍ରମଣକୁ ବନ୍ଦ କରିବ। 

ଇସ୍ରାଏଲୀୟ ଅଧିକାରୀଙ୍କ ଅନୁସାରେ , ଗାଜାରେ ଏବେ ବି ୫୦ଜଣ ବନ୍ଧକ ହମାସର କବଜାରେ ଅଛନ୍ତି, ଯେଉଁ ମାନଙ୍କ ମଧ୍ୟରେ କେବଳ ୨୦ଜଣ ଜୀବିତ ଥିବାର ସମ୍ଭାବନା ଅଛି। ହମାସ ଏବେ ସୁଦ୍ଧା ହ୍ୟୁମାନ ରାଇଟ୍‌ ସଙ୍ଗଠନକୁ ଏହି ବନ୍ଧକଙ୍କ ପାଖରେ କୌଣସି ପ୍ରକାରରେ ପହଞ୍ଚିବାକୁ ରୋକ୍‌ ଲଗେଇଛି। ସଂପୃକ୍ତ ପରିବାର ଗୁଡ଼ିକୁ ତାଙ୍କର (ବନ୍ଧକଙ୍କ) ସ୍ଥିତି ବିଷୟରେ ବହୁତ କମ୍‌ ବା କୌଣସି ଖବର ନାହିଁ । 

କହି ରଖୁଛୁ କି , ଶନିବାର ଦିନ ହମାସ, ଦୁଇ ଦିନରେ ଇସ୍ରାଏଲୀୟ ବନ୍ଧକ ଏଭ୍ୟାଟାର ଡେଭିଡଙ୍କର ଦ୍ୱିତୀୟ ଭିଡ଼ିଓ ଜାରି କରି ଥିଲା। ଉକ୍ତ ଭିଡ଼ିଓରେ , ଡେଭିଡ୍‌ ଖୁବ୍‌ ଦୟନୀୟ ଅବସ୍ଥାରେ ଥିବାର ନଜର ଆସୁଥିଲେ । ସେ କେବଳ ହାଡ କଙ୍କାଳ ଭରା ଶରୀରରେ ନଜର ଆସୁଥିଲେ। ଭିଡ଼ିଓରେ ତାଙ୍କୁ ଏକ ଗର୍ତ୍ତ ଖୋଳୁ ଥିବାର ଦେଖିବାକୁ ମିଳୁଛି। ଯାହା ବିଷୟରେ ଏହି ଭିଡ଼ିଓରେ କୁହାଯାଇଛି ଯେ, ସେ ନିଜର ହିଁ ଖବର ଖୋଳୁଛନ୍ତି।  

ଭିଡ଼ିଓକୁ ପାଶ୍ଚାତ ଶକ୍ତିଙ୍କ ସମାଲୋଚନା –

ଡେଭିଡ୍‌ଙ୍କର ସଦ୍ୟ ଭିଡ଼ିଓର ପାଶ୍ଚାତ୍ୟ ଶକ୍ତିମାନେ ସମାଲୋଚନା କରିଛନ୍ତି। ଏହି ଭିଡ଼ିଓ ଇସ୍ରାଏଲୀୟଙ୍କୁ ଭୟଭୀତ କରି ଦେଇଛି। ଫ୍ରାନ୍ସ , ଜର୍ମାନୀ , ବ୍ରିଟେନ ଓ ଆମେରିକା ଭଳି ଦେଶ ଗୁଡ଼ିକ ମଧ୍ୟ ଏହା ଉପରେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଅନ୍ୟପଟେ, ଇସ୍ରାଏଲର ବିଦେଶ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମଙ୍ଗଳବାର ସକାଳେ ଗାଜାରେ ବନ୍ଧକଙ୍କ ସ୍ଥିତିର ମାମଲା ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.