ମହାପ୍ରଭୁଙ୍କ ମୋଦକ ଚୋରି ଘଟଣା, ସ୍ୱର ବଦଳାଇଲେ ଅଭିଯୋଗ ଆଣିଥିବା ସେବାୟତ

Published By : Prameya-News7 Bureau | June 25, 2025 IST

ପୁରୀ ୨୫/୦୬: ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ପୁଣି ଟ୍ୱିଷ୍ଟ । ୟୁ-ଟର୍ଣ୍ଣ ମାରିଲେ ଅଭିଯୋଗ ଆଣିଥିବା ସେବାୟତ ହଳଧର ଦାସମହାପାତ୍ର । ସେବାୟତ ମିଛ କହୁଥିବା ନେଇ ଆରମ୍ଭରୁ ମନ୍ତବ୍ୟ ପରେ ସ୍ୱର ବଦଳାଇଛନ୍ତି ହଳଧର । ପ୍ରଶାସନକୁ ସେ କ୍ଳିନଚିଟ୍ ଦେଇଛନ୍ତି । ପ୍ରଶାସନର କୌଣସି ଦୋଷ ନାହିଁ । 

କବିରାଜ ସେବକମାନେ ଶ୍ରୀମନ୍ଦିର ଗାରଦରେ ୩୧୩ ମୂର୍ତ୍ତି ଅମୁଣିଆ ମୋଦକ ଜିମା ଦେଇଥିଲେ । କମାଣ୍ଡର ଏହାକୁ ଛୁଅନ୍ତି ନାହିଁ । ପରେ ଅନ୍ୟ ସେବକ ଆସି ମୋଦକ ନେଇଥିଲେ । ଆଉ ସେଥିରୁ ୭୦ କମ ବାହାରିଥିଲା ଅର୍ଥାତ୍ ୩୧୩ରୁ ୨୪୩ ମୂର୍ତ୍ତି ଅମୁଣିଆ ମୋଦକ ଥିଲା । ତେବେ କିଏ ଚୋରି କରିଛି ସେନେଇ କିଛି ସ୍ପଷ୍ଟ କରିନାହାନ୍ତି  ହଳଧର ଦାସ । ପୂର୍ବରୁ ମୋଦକ ଚୋରି ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ହଳଧର ।

ଅଣସର ଘରେ ଶ୍ରୀଜିଉଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହେବା ଘଟଣାରେ ରିପୋର୍ଟ ତଲବ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ , ମୋଦକ ଗଣାହୁଏନାହିଁ  ବରଂ ଏହି ପ୍ରସଙ୍ଗକୁ ଅଯଥା ଚର୍ଚ୍ଚାକୁ ଅଣାଯାଉଛି । କିଛି ଦଇତା ସେବକ ମୋଦକ ଚୋରି ହେବା କଥା କହି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ବିଭ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ହେବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । 

aloso read..

ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ଘଟଣା, ରିପୋର୍ଟ ତଲବ କଲେ ଆଇନମନ୍ତ୍ରୀ

ଘଟଣାକୁ ନେଇ ଉତ୍ତର ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମୁଖ୍ୟ ପ୍ରଶାସକ କହିଛନ୍ତି ବଡ ବାଡଗ୍ରାହୀ ଆମକୁ ଘଟଣା ନେଇ ଚିଠି ଲେଖିଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡିଛି । ତାର ତଦନ୍ତ ରିପୋର୍ଟ ବି ଆମେ ମାଗିଛୁ । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, କୌଣସି ବୈଦ୍ୟ ସେବକ ଗାରଦରେ ନେଇ ଦିଅନ୍ତି, ସେତେବେଳେ ସେଇ ଅମଣିଆ ଦଶମୂଳ ମୋଦକକୁ କୌଣସି ମନ୍ଦିର ପ୍ରଶାସନ ବା ଗାରଦର କୌଣସି ବ୍ୟକ୍ତି ଏହାକୁ ଛୁଅଁନ୍ତିନି କି ଗଣତି ନାହିଁ । ତେବେ ସବୁ ଆଡୁ ତଦନ୍ତ କରିବା ପରେ ଆମେ ଜାଣିବାକୁ ପାଇଛୁ କି, ଚୋରି ହୋଇନି ମୋଦକ । ତେବେ ତଦନ୍ତି ପରେ ସବୁ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । 

ସୂଚନାଥାଉକି, ମହାପ୍ରଭୁଙ୍କ ଅଣସର ଘରେ ତିନି ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହୋଇଗଲା ବୋଲି ଅଭିଯୋଗ ଆଣିଥିଲେ ବଳଭଦ୍ରଙ୍ଗ ବାଡଗ୍ରାହୀ । ତାଙ୍କ କହିବା କଥା ଶ୍ରୀଜିଉଙ୍କୁ ଲାଗି ହୋଇଛି ମାରା ମୋଦକ । ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଏବେ ନିଜେ ନିଜ କଥା ଫେରାଇନେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.