ଅହମ୍ମଦାବାଦରେ ଗୁଜରାଟ ବ୍ୟାଟରଙ୍କ ଦୁର୍ଦ୍ଦଶ ବ୍ୟାଟିଂ; ହାଇଦ୍ରାବାଦ ସାମ୍ନାରେ ଟାର୍ଗେଟ୍ ୨୨୫

Published By : Prameya-News7 Bureau | May 02, 2025 IST

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗିଲ୍ ଓ ବଟଲରଙ୍କ ଧମାଲ । ବିସ୍ଫୋରକ ଇନିଂସ ଖେଳିଲେ ଗୁଜରାଟ ଟାଇଟନ୍ସର ଦୁଇ ଓପନର । ଶୁବମନ ଗିଲ୍ ୭୬ ରନ୍ କରିଥିବା ବେଳେ ଜୋଶ୍ ବଟଲର ୬୪ ରନର ଦୁର୍ଦ୍ଦଶ ପାଳି ଖେଳିଛନ୍ତି । ଫଳରେ କୋଡିଏ ଓଭରରେ ଦଳ ୨୨୪ ରନ୍‌ର ବିଶାଳ ସ୍କୋର କରିଛି । ଏହି ମ୍ୟାଚ୍ ଜିତିବାକୁ ହେଲେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୨୨୫ ରନ୍ କରିବାକୁ ପଡ଼ିବ ।    

ଆଇପିଏଲ ମହାସମରରେ ଆଜି ୫୧ତମ ମ୍ୟାଚ୍ ଖେଲାଯାଉଛି । ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ସନ୍ ରାଇଜର୍ସ ପ୍ରଥମେ ବ୍ୟାଟିଂ ପାଇଁ ଘରୋଇ ଦଳ ଗୁଜରାଟକୁ ଆମନ୍ତ୍ରଣ କରିଥିଲା । ଟାଇଟନ୍ସର ଦୁଇ ଓପନର ଶୁବମନ ଗିଲ୍ ଓ ସାଇ ସୁଦର୍ଶନ ପଡ଼ିଆକୁ ଓହ୍ଲାଇ ଟିମକୁ ଭଲ ଷ୍ଟାର୍ଟ ଦେଇଥିଲେ । ଦୁଇ ଖେଳାଳିରେ ପାଓ୍ବାର ପ୍ଲେରେ ୮୨ ରନ୍ ଭାଗିଦାରୀ ସଂଗ୍ରହ କରିଥିଲେ । ସୁଦର୍ଶନ ମାତ୍ର ୨୩ଟି ବଲ୍ ଖେଳି ୪୮ ରନ୍ କର ଆଉଟ୍ ହୋଇଥିଲେ । ସେହିପରି ଶୁବମନ ଗିଲ୍ ୩୮ ବଲରୁ ୭୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହାପରେ ଜୋଶ୍ ବଟଲର ଓ ଓ୍ବାଶିଂଟନ ସୁନ୍ଦର ଦଳୀୟ ସ୍କୋରକୁ ଦୁଇ ଶହ ପାର୍ କରିଥିଲେ । ବଟଲର ମାତ୍ର ୩୭ ବଲ୍ ଖେଳି ୬୪ ରନ୍ କରିଥିଲେ ଏବଂ ସୁନ୍ଦର ୧୬ଟି ବଲରୁ ୨୧ କରିଥିଲେ । ଫଳରେ ଗୁଜରାଟ ଟାଇଟନ୍ସ କୋଡିଏ ଓଭରରେ ୬ଟି ଓ୍ବିକେଟ୍ ହରାଇ ୨୨୪ ରନ୍‌ କରିଛି । ସେପଟେ ସନ୍ ରାଇଜର୍ସ ପକ୍ଷରୁ ଜୟଦେବ ଉନଦକଟ୍ ସର୍ବାଧିକ ୩ଟି ଓ୍ବିକେଟ୍ ନେଇଛନ୍ତି ।....    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.