ଆଠଗଡ଼ ୧୬/୦୫: ଖାଦ୍ୟ ଅଭାବରୁ ଗାଁ ମୁଁହା ହାତୀ ପଲ । ନରସିଂହପୁର ଆମ୍ବ ବଗିଚାରେ ୧୫ ଦିନ ହେଲାଣି ଅଛନ୍ତି ୧୧ଟିକିଆ ହାତୀ ପଲ୍ଲ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ଗାଁର ଆମ୍ବ ବଗିଚାରେ ଗତ ୧୫ ଦିନ ହେଲାଣି ୧୧ଟି ହାତୀ ରହିଛନ୍ତି । ବଣୁଆ ହାତୀ ବୁଲୁଥିବାରୁ ଭୟଭୀତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକେ ନରସିଂହପୁର,ଜନ୍ତାରିଆ, ଗୋପପୁର, ବଡଭୂଇଁ ଆଦି ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ହାତୀପଲ ଦେଖିବାକୁ ମିଳିଛି ।
ବିଶେଷ କରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆଗଭଳି ହାତୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯଥା ଆମ୍ବ ପଣସ ଗଛରହୁ ନଥିବାରୁ ଖାଦ୍ୟ ଅଭାବରୁ ଖରାଦିନେ ହାତୀ ପଲ ଆମ୍ବ ଖାଇବା ପାଇଁ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକ ଆସିବା ସହ ଆମ୍ବ ପଣସ ଖାଉଥିବା ଦେଖିବାକୁ ମିଳିଛି ।
ନରସିଂହପୁର ଗ୍ରାମରେ ଦୁଇଟି ଛୁଆ ଓ ମାଈ ଦନ୍ତା ହାତୀ ମିଶି ୧୧ ରୁ ଅଧିକ ହାତୀ ଆମ୍ବ ବଗିଚାରେ ରହିବା ସହ ଗ୍ରାମ ନିକଟବର୍ତ୍ତୀ ଗ୍ରାମ ନିକଟରେ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକମାନେ ରାତିରୁ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବାରୁ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦାବୀ ହେଉଛି।