ଭୁବନେଶ୍ବର ୨୪।୬: ଗୋ-ସୁରକ୍ଷା ନାଁରେ ଦଳିତଙ୍କୁ ନିର୍ଯାତନା ଘଟଣାକୁ ନେଇ ତେଜିଲା ରାଜନୀତି । ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ରାଜ୍ୟରେ ଅରାଜକତା ବଢିଯାଇଛି । ଦଳିତ ଓ ଆଦିବାସୀ ଉପରେ ଅତ୍ୟାଚାର ବଢି ଯାଇଛି । ଗୋ-ସୁରକ୍ଷା ନାଁରେ ତୃଣମୂଳସ୍ତରରେ ଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି । ଗୋ-ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ । ହେଲେ ଗୋ-ସୁରକ୍ଷା ଆଳରେ ଚାନ୍ଦା ଆଦାୟ କରୁଛନ୍ତି । ରାଜ୍ୟ ସରକାର ଦଳିତ, ଆଦିବାସୀ ଓ ପଛୁଆ ଜାତି ବିରୋଧୀ । ଯାହା ଘଟଣା ଘଟିଛି ଧରାକୋଟରେ ତାହା ଭାରତ ବର୍ଷରେ ଲଜ୍ଜାକର ଘଟଣା । ଟ୍ରମ୍ପ ସରକାର କହିଲେ ଓଡ଼ିଶାକୁ କେହି ଯାଅନା, ଏମାନେ ଲୋକଙ୍କ ଉପରେ ଅତ୍ୟାଚାର କରି ତାହା ପ୍ରମାଣିତ କରିଛନ୍ତି । ଲୋକଙ୍କ ସରକାର କେବଳ କଥା କହୁଛନ୍ତି, ହେଲେ କାମରେ କରି ଦେଖାଉନାହାନ୍ତି ବୋଲି ଅରୁଣ ସାହୁ କହିଛନ୍ତି ।
ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ସଭ୍ୟ ସମାଜରେ ଏଭଳି ଘଟଣା ନିନ୍ଦନୀୟ । ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯାଉ । କଂଗ୍ରେସ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହୋଇଛି । ଆମେ ବୁଧବାର ଘଟଣାସ୍ଥଳକୁ ଯିବୁ । ଆମର ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ବୋଲି କାଡ଼ାମ କହିଛନ୍ତି ।
ବିରୋଧୀଙ୍କୁ ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେପି ବିଧାୟକ ଅଗସ୍ତି ବେହେରା । ସେ କହିଛନ୍ତି, କଂଗ୍ରେସ ଦଳିତଙ୍କୁ ନେଇ ରାଜନୀତି କରି ସରକାରକୁ ଆସେ । କିନ୍ତୁ ଦଳିତ ଏବେ ଆଉ ତାଙ୍କୁ ଗ୍ରହଣ କରୁନାହାନ୍ତି । ତାଙ୍କ ସରକାର ସମୟରେ ଦଳିତଙ୍କୁ ଅତ୍ୟାଚାର କରାଯାଇଛି । ଆଉ ଓଡ଼ିଶାରେ ବି ବିଜେଡି ସରକାର ସମୟରେ ଦଳିତଙ୍କ ଉପରେ ଜୁଲମ ହୋଇଛି । ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ । ଆମ ସରକାରରେ ଦଳିତ ସବୁଠୁ ଖୁସିରେ ରହିଛନ୍ତି । ସମ୍ବିଧାନର ସର୍ବୋଚ୍ଚ ସ୍ଥାନରେ ବସାଯାଇଛି । ଗଞ୍ଜାମରେ ଯେଉଁ ଘଟଣା ଘଟିଛି ତା ଉପରେ ପଦକ୍ଷେପ ନେଉଛନ୍ତି ସରକାର । ଗୋ- ସୁରକ୍ଷା ପାଇଁ ଆମ ସରକାର ସର୍ବଦା ଚେଷ୍ଟିତ ଅଛନ୍ତି । ଆମ ସରକାର ବିଧାନସଭାରେ ମଧ୍ୟ ଏଥିପାଇଁ ଗୋଟେ ଆଇନ ଆଣିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ଅଗସ୍ତି ବେହେରା କହିଛନ୍ତି ।
You Can Read:
ରାତି ଅଧରେ କବାଟ ବାଡ଼େଇଲେ ଯୁବକ, ଖୋଲିଲେନି ମହିଳା : ସକାଳୁ ମାଡ଼ ମାରି ଚୁଟି କାଟିବାକୁ ଉଦ୍ୟମ