ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରଦ୍ଦ କଲେ ରାଜ୍ୟପାଳ

Published By : Prameya-News7 Bureau | July 23, 2025 IST

କଟକ ୨୩।୭: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରାଜ୍ୟପାଳ ରଦ୍ଦ କରିଛନ୍ତି । ଆଜି ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ଼ଭୋକେଟ ଜେନେରାଲ । ତେଣୁ ଏ ସଂକ୍ରାନ୍ତୀୟ ମାମଲାର ଏକ ପ୍ରକାର ଅନ୍ତ ହୋଇଛି ବୋଲି କୁହାଯାଇପାରେ । ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତିକୁ ବେଆଇନ ଦର୍ଶାଇ ମାମଲା ଦାୟର କରିଥିଲେ ଆଇନଜୀବୀ ପ୍ରବୀର ଦାସ । ନିଜ ଆବେଦନରେ ସେ ଦର୍ଶାଇଥିଲେ ଯେ, କୁଳପତି ନିଯୁକ୍ତି ଲାଗି ଯେଉଁ ନିୟମ ରହିଛି, ତାର ଉଲଂଘନ କରାଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ନିଷ୍ପତି ନିଆଯାଇଛି । ତେବେ ବୁଧବାର ମାମଲାର ଶୁଣାଣି ବେଳେ ଆଡ଼ଭୋକେଟ ଜେନେରାଲ ରାଜ୍ୟପାଳ ନେଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇଛନ୍ତି ।

You Can Read:

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.