ଗୁହାରି ଶୁଣିଲେ ସରକାର, ଆଠ ବର୍ଷ ପରେ ବୁଡ଼ାଗୁଡା ଫାଣ୍ଡି ଉଦଘାଟିତ

Published By : Prameya-News7 Bureau | August 05, 2025 IST

ଦାରିଙ୍ଗବାଡି: ଗୁହାରି ଶୁଣିଲେ ସରକାର। ଆଠ ବର୍ଷ ପରେ ଉଦଘାଟନ ହେଲା ପୋଲିସ ଫାଣ୍ଡି। ଏମିତି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗଡ଼ା ଗ୍ରାମ ପଞ୍ଚାୟତ। ଏହି  ପଞ୍ଚାୟତର ଚତୁଃ ପାର୍ଶ୍ବରେ ରହିଛି   ସାତଗୋଟି ପଞ୍ଚାୟତ ଯଥା କୋଟଗଡ଼ ବ୍ଲକର ପକାରୀ ଓ ପାରିଗଡ଼ ,ବାଲିଗୁଡା ବ୍ଲକର ଋତୁଙ୍ଗିଆ ,ଦାରିଙ୍ଗବାଡି ବ୍ଲକର ବୁଡାଗୁଡା, ତିଲୋରୀ , କିରୀକୁଟି ଓ ଗୁମିକିଆ। ଏହି ସମସ୍ତ ପଞ୍ଚାୟତ ସମସ୍ୟା ଭିତ୍ତିକ ମୌଳିକ ସୁବିଧା ସହିତ ପୋଲିସର ସହଯୋଗରୁ ବଞ୍ଚିତ ହୋଇ ରହି ଆସୁଥିଲେ  । ଏ ନେଇ ବହୁ ପୂର୍ବରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। 

ସମସ୍ୟା ଗୁଡିକୁ ସହୃଦୟତାର ସହିତ ବିଚାର କରି ସମାଧାନ ଦିଗରେ ପଦକ୍ଷେପ ନେବା ସହ କନ୍ଧମାଳ ଜିଲ୍ଲାପାଳ, କନ୍ଧମାଳ ଏସପି ଏବଂ ରାଜ୍ୟ ସରକାର ଦୀର୍ଘ ଦିନର ଗୁହାରି ଶୁଣିଛନ୍ତି। କନ୍ଧମାଳ ଏସପି   ହରିଶ୍ ବି.ସିଙ୍କୁ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ, ଆଇଆଇସି ସମ୍ବିତି କୁମାର ସ୍ୱାଇଁ ଆଜି ବୁଡ଼ାଗୁଡା ଠାରେ ପୋଲିସ ଫାଣ୍ଡିର ଉଦଘାଟନ କରିଛନ୍ତି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପୋଲିସ ଫାଣ୍ଡିର ଉଦଘାଟନ ସମୟରେ ବହୁ ମହିଳା ଏବଂ ପୁରୁଷ ଉପସ୍ଥିତ ଥିଲେ। ଅଞ୍ଚଳବାସୀ ସରକାର ଏବଂ କନ୍ଧମାଳ ପୋଲିସକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.