Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱରେ ଆରମ୍ଭ ହେଲାଣି ଡଲାରର ବିକଳ୍ପ ଖୋଜା, ଚଳିତ ବର୍ଷ ପ୍ରଥମ ତ୍ରୈମାସରେ ୧୭୬% ବଢିଛି ସୁନା କିଣା

1/06/2023 at 8:16 PM

ନୂଆଦିଲ୍ଲୀ: ସାରା ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କ ଏବେ ସୁନା କିଣିବା ପଛରେ ଦୌଡୁଛନ୍ତି । ବୈଶ୍ୱିକ ବଜାରରେ ବଢୁଥିବା ଅସ୍ଥିରତା ମଧ୍ୟରେ ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କ ସୁନାରେ ନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ଏହା ଆମେରିକୀୟ ଡଲାର ଉପରୁ ଲଗାତାର ହ୍ରାସ ପାଉଥିବା ଭରସାର ସଂକେତ ଅଟେ । ଦୁନିଆରେ ବର୍ତ୍ତମାନ ସମୟରେ ଅନ୍ତରାଷ୍ଟ୍ରୀୟ ବ୍ୟବସାୟରେ ଡଲାରର ବିକଳ୍ପ ସନ୍ଧାନ କରାଯାଉଛି । ଏହି ଘଟଣାକୁ ଡି-ଡଲାରାଇଜେଶନ ନାଁରେ ଜଣାଯାଉଛି ।    

ସାରା ଦୁନିଆରେ ସୁନା ବ୍ୟବସାୟର ତଥ୍ୟ ରଖୁଥିବା ସଂସ୍ଥା ୱାଲର୍ଡ ଗୋଲ୍ଡ କାଉନସିଲ ନିକଟରେ ପ୍ରମୁଖ ଦେଶଗୁଡିକର କେନ୍ଦ୍ରୀୟ ବ୍ୟାଙ୍କର ସର୍ଭେ କରାଇଥିଲା । ସଂସ୍ଥା ନିଜ ରିପୋର୍ଟରେ କହିଛି ଯେ ୬୨ ପ୍ରତିଶତ କେନ୍ଦ୍ରୀୟ ବ୍ୟାଙ୍କ ଆସନ୍ତା ପାଞ୍ଚ ବର୍ଷରେ ନିଜ ସୁନା ଭଣ୍ଡାରରେ ସୁନାର ମାତ୍ରା ବଢାଇବାର ଯୋଜନା ରଖିଛନ୍ତି । ୱାଲର୍ଡ ଗୋଲ୍ଡ କାଇନସିଲ ଏକ ବର୍ଷ ପୂର୍ବେ ମଧ୍ୟ ସମାନ ସର୍ଭେ କରାଇଥିଲା । ସେହି ସମୟରେ ପ୍ରାୟ ୪୬ ପ୍ରତିଶତ ସେଣ୍ଟ୍ରାଲ ବ୍ୟାଙ୍କ ନିଜ ସୁନା ଭଣ୍ଡାରେ ସୁନା ବଢାଇବା ନେଇ ସମ୍ଭାବନା ପ୍ରକାଶ କରାଯାଇଥିଲା । ସର୍ଭେ ରିପୋର୍ଟ ଅନୁସାରେ ୫୦ ପ୍ରତିଶତ କେନ୍ଦ୍ରୀୟ ବ୍ୟାଙ୍କ ଆଶା ରଖିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷରେ ସେମାନଙ୍କ ବିଦେଶୀ ମୁଦ୍ରା ଭଣ୍ଡାରରେ ସୁନାର ଭାଗ ୪୦ରୁ ୫୦ ପ୍ରତିଶତ ଯାଏ ପହଞ୍ଚିବ । ନିକଟ ଦଶନ୍ଧିରେ ସେଣ୍ଟ୍ରାଲ ବ୍ୟାଙ୍କଗୁଡିକରେ ୧୫ ପ୍ରତିଶତ ଯାଏ ସୁନା ରଖାଯିବାର ଚଳନ ଥିଲା । ଯାହା ମାତ୍ରା ଏବେ ବଢାଉଥିବା ନଜର ଆସୁଛି ।

ୱାଲର୍ଡ ଗୋଲ୍ଡ କାଉନସିଲ ନିଜ ରିପୋର୍ଟରେ କହିଛି ଯେ ଆମେରିକାରେ ଋଣ ହାର ବଢିବା, ମୁଦ୍ରାସ୍ଫୀତି ଚିନ୍ତା ଏବଂ ଭୂ-ରାଜନୀତି ବିପଦ କାରଣରୁ ନିଜ ମୁଦ୍ରା ଭଣ୍ଡାରରେ ସୁନା ମାତ୍ରା ବୃଦ୍ଧି ଏକ ସଠିକ୍ ପଦକ୍ଷେପ । ଏହି କାରଣୁ ପ୍ରେରିତ ହୋଇ କେନ୍ଦ୍ରୀୟ ବ୍ୟାଙ୍କର ଅଧିକାରୀମାନେ ନିଷ୍ପତ୍ତି ନେଉଛନ୍ତି ।  

ବିଶେଷଜ୍ଞଙ୍କ ଅନୁସାରେ ଆମେରିକାରେ ଜାରି ଆର୍ଥିକ ସଂକଟ, ଆମେରିକା ସରକାର ଉପରେ ବଢୁଥିବା ଋଣର ମାତ୍ରା ଏବଂ ଆମେରିକୀୟ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥାର ଶିକାର ହେବା ଆଶଂକା କାରଣରୁ ଡଲାର ପ୍ରତି ବିଭିନ୍ନ ଦେଶର ଭରସା କମୁଛି । ଗୋଲ୍ଡ କାଉନସିଲ କହିଛି ଯେ ସୁନା କିଣିବା ନେଇ ଗତ ବର୍ଷ ଆରମ୍ଭ ହୋଇଥିବା ଟ୍ରେଣ୍ଡ ଏବେ ମଧ୍ୟ ଜାରି ରହିଛି । ଚଳତ ବର୍ଷର ପ୍ରଥମ ତିନି ମାସରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପୂର୍ବ ବର୍ଷ ତୁଳନାରେ ୧୭୬ ପ୍ରତିଶତ ଅଧିକ ସୁନା କିଣିଛନ୍ତି । ଏହା ବିକଶିତ ଦେଶରେ କମ କିନ୍ତୁ ବଢୁଥିବା ଅର୍ଥବ୍ୟବସ୍ଥା ଦେଶରେ ଅଧିକ ଦେଖିବାକୁ ମିଳୁଛି ।

READ ALSO: ପୁଞ୍ଜି ବଜାରକୁ ବଳ ଦେଲା ଆଦାନୀ ସେୟାର, ପୁଣି ଥରେ ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍ ହେଲା ଭାରତ

   Related Posts