ପୁଞ୍ଜି ବଜାରକୁ ବଳ ଦେଲା ଆଦାନୀ ସେୟାର, ପୁଣି ଥରେ ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍ ହେଲା ଭାରତ
29/05/2023 at 4:17 PM

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ସେୟାରଗୁଡିକରେ ମୂଲ୍ୟ ବୃଦ୍ଧି ଫେରିବା ପରେ ଭାରତୀୟ ବଜାର ପୁଞ୍ଜି ମାମଲାରେ ପୁଣି ଥରେ ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍ ହୋଇଛି । ଭାରତୀୟ ଷ୍ଟକ୍ ମାର୍କେଟ୍ ଜାନୁଆରୀରେ ପଞ୍ଚମ ବୃହତ ସେୟାର ବଜାରର ମାନ୍ୟତା ହରାଇଥିଲା । ସେହି ସମୟରେ ଫ୍ରାନ୍ସ ଦୁନିଆର ପଞ୍ଚମ ସବୁଠୁ ବଡ଼ ସେୟାର ବଜାର ହୋଇଥିଲା ।

ଗୌତମ ଆଦାନୀଙ୍କ ନେତୃତ୍ୱଧୀନ ଆଦାନୀ ଗ୍ରୁପର ସେୟାରେ ମୂଲ୍ୟରେ ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ନିବେଶ ଯୋଗୁଁ ଘରୋଇ ପୁଞ୍ଜି ବଜାରର ମାର୍କେଟ୍ କ୍ୟାପିଟାଲାଇଜେସନ ଶୁକ୍ରବାର ୩.୩ ଲକ୍ଷ କୋଟି ଡଲାର ପହଞ୍ଚିଛି । ଫ୍ରାନ୍ସର କ୍ୟାପିଟାଲାଇଜେସନରେ ଗତ ସପ୍ତାହରେ ୧୦୦ ବିଲିୟନ ଡାଲରରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା । ଆମେରିକା ଏବଂ ଚୀନରେ ଅର୍ଥନୀତି ଧିମେଇଥିବା କାରଣରୁ ଫ୍ରାନ୍ସର ଅନେକ ଲଗଜରୀ ବ୍ରାଣ୍ଡର ସେୟାର ତଳକୁ ଖସିଛି । ଫଳରେ ଦେଶର ସେୟାର ବଜାରର ମାର୍କେଟ କ୍ୟାପିଟାଲାଇଜେସନରେ ହ୍ରାସ ଘଟିଛି ।
ବିଦେଶୀ ନିବେଶକ ନିଜ ପୁଞ୍ଜିକୁ ଚୀନରୁ ବାହାର କରି ଭାରତୀୟ କମ୍ପାନିରେ ନିବେଶ କରୁଛନ୍ତି । ଯାହାର ଲାଭ ଭାରତୀୟ ଷ୍ଟକ୍ ମାର୍କେଟରେ ଦେଖିବାକୁ ମିଳିଛି । ବିଦେଶୀ ନିବେଶକମାନେ ଏପ୍ରିଲ ଆରମ୍ଭରୁ ଆଜି ସଦ୍ଧା ପ୍ରାୟ ୫.୭ ବିଲିୟନ ଡଲାର ମୂଲ୍ୟର ସେୟାର କରିଛନ୍ତି । କମ୍ପାନିଗୁଡିକର ତ୍ରୈମାସିକ ପରିମାଣ ଏବଂ ଉଚ୍ଚ ଅଭିବୃଦ୍ଧି ହାର ଯୋଗୁଁ ବିଦେଶୀ ନିବେଶକ ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ଅଧିକ ଭରସା କରୁଛନ୍ତି ।
READ