ଥମୁନି ଗଞ୍ଜେଇ କାରବାର, ଖୋର୍ଦ୍ଧାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

Published By : Prameya-News7 Bureau | August 21, 2025 IST

ଖୋର୍ଦ୍ଧା ୨୧।୦୮ : ଥମୁନି ଗଞ୍ଜେଇ କାରବାର । ରାଜଧାନୀ ଉପକଣ୍ଠରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରୁ ଏକ ପିକଅପ ଭ୍ୟାନଟୁ ୧୦ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଯାହାର ଅନୁମାନିକ ମୂଲ୍ୟ କୋଟିଏ ଟଙ୍କାରରୁ ଅଧିକ ହେବ । 

ଖବର ଅନୁଯାୟୀ, ଗଜପତିରୁ ପୁରୀ ଅଭିମୁଖେ ଏକ ପିକ୍‌ଅପ୍ ଭ୍ୟାନ ଯାଉଥିଲା । କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ନିକଟରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ପିକ୍‌ଅପ୍‌ ଭ୍ୟାନ୍‌ରୁ ୧୦ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ। ଏହାସହିତ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଖୋର୍ଦ୍ଧା ଗୁଡୁମୁ ଗାଁର ପ୍ରିୟ ରଂଜନ ପଣ୍ଡା ବୋଲି ଜଣାପଡ଼ିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.