ନୀଳାଦ୍ରି ବିଜେ ସୁଦ୍ଧା ସରିଯିବ ରତ୍ନଭଣ୍ଡାର ମରାମତି, ତଦାରଖ ପରେ ସୁରକ୍ଷିତ ଥିବା କହିଲେ ଗଜପତି

Published By : Prameya-News7 Bureau | July 03, 2025 IST

ପୁରୀ ୦୩/୦୭: ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତଦାରଖ କଲେ ଗଜପତି ମହାରାଜା । ତଦାରଖ ପରେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଲେ ଗଜପତି । କହିଲେ ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ । ମନ୍ଦିର ନିର୍ମାଣ ଶୈଳିରେ ସମସ୍ତ ମରାମତି କାମ ହୋଇଛି । ପ୍ରାୟ ୬ ଶହ ପଥର କଢ଼ା ଯାଇ ନୂଆ ପଥର ଲାଗିଛି । 

ମହାପ୍ରଭୁ ରତ୍ନ ସିଂହାସନକୁ ଆସିଲା ପରେ ଗଣତି ମଣତି । ଗଣତି ମଣତି ରାଜ୍ୟ ସରକାରଙ୍କ ପରାମର୍ଶରେ ଅତିଶୀଘ୍ର ହେବ । ସେ ଆହୁରି କହିଛନ୍ତି ଯେ, ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ । ଭିତରୁ ଅତି ସୁନ୍ଦର ଦିଶୁଛି ରତ୍ନଭଣ୍ଡାର । କାରୁକାର୍ଯ୍ୟକୁ ବେଶ୍ ପସନ୍ଦ କରିଛନ୍ତି ଗଜପତି ମହାରାଜ । 

ସୂଚନା ଥାଉକି, ଶ୍ରୀମନ୍ଦିର ରେ ଗଜପତି ମହାରାଜା ଆଜି ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହୋଇଅଛି । ୬ ଶହରୁ ଅଧିକ ପଥର ବଦଳା ଯାଇଅଛି । ଭିତର ଭଣ୍ଡାର ଘର ରେ ଅନେକ ପଥର ବଦଳାଇ ଥିବା ବେଳେ ସମସ୍ତ ବିମକୁ ଶକ୍ତ କରଯାଇଛି । ଭଣ୍ଡାରର ବାହାର ଓ ଭିତର ଅଂଶକୁ ରାସାୟନିକ ପ୍ରଲେପ ଦେଇ ସରକ୍ଷଣ କରାଯାଉଛି । ସମୁଦାୟ ୧୪ଟି ଵିମ ନିର୍ମାଣ କରାଯଉଅଛି । 

ଏଥିସହ ରତ୍ନଭଣ୍ଡାର କାର୍ଯ୍ୟରେ ୮୦ଜଣଙ୍କ ଠାରୁ ଅଧିକ କୁଶଳୀ କାରିଗର ପର୍ଯାୟ କ୍ରମେ ଏହି ନିର୍ମାଣ କାର୍ଯ୍ୟ କରିଛନ୍ତି । ଶ୍ରୀମନ୍ଦିରର ସମସ୍ତ ରୂପ ଦ୍ୱାରକୁ ପରିସ୍କାର କରାଯାଉଥିବା ବେଳେ ବଳକା ଥିବା ଦ୍ୱାରକୁ ବର୍ମାଟିକ କାଠରେ ନୂଆ କବାଟ ଲଗାଯିବ । ଗର୍ଭଗୃହର କାଠ ନିର୍ମିତ କନକ ମୁଣ୍ଡିକୁ ବଦଳାଯାଇ ସ୍ଟେନଲେସ ଷ୍ଟିଲ  କନକ ମୁଣ୍ଡି ଲଗାଯାଉଅଛି । ସେହିପରି ଶ୍ରୀମନ୍ଦିରରେ କରାଯାଇଥିବା କାର୍ଯ୍ୟକୁ ଆଜି ଗଜପତି ମହାରାଜ ଅନୁଧ୍ୟାନ କରିବା ପରେ ସନ୍ତୋଷ ବ୍ୟକ୍ତ କରିଅଛନ୍ତି। 

ସେପଟେ ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗଜପତି ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି । ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି । ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇ ଦିନ ଭିତରେ ଶେଷ ହେବ । 

  • Ratha Yatra 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.