ଏଣିକି ଅଣ୍ଡା ନଖାଇଲେ ମିଳିବ ଫଳ, ଏହି ଦିନ ମଧ୍ୟାହ୍ନ ଭୋଜନରେ ଯୋଗାଇ ଦିଆଯିବ

Published By : Prameya-News7 Bureau | August 02, 2025 IST

ଭୁବନେଶ୍ବର ୨।୮: ଏଣିକି ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ । ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଅଣ୍ଡା ଖାଉ ନଥିଲେ ମିଳିବ ଫଳ । DEOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ପିଏମ୍‌ ପୋଷଣ ଷ୍ଟେଟ୍‌ ନୋଡାଲ ଅଫିସର ।

ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ରହିଛି ବିଭିନ୍ନ ଖାଦ୍ୟ ସାରଣୀ । ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଅଣ୍ଡା ଯୋଗାଇ ଦେଉଛନ୍ତି ସରକାର । ହେଲେ ଅନେକ ପିଲା ଅଣ୍ଡା ଖାଉ ନଥିବା ନଜରକୁ ଆସୁଛି । ତେଣୁ ସରକାର ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ସପ୍ତାହକୁ ୩ ଥର ସୋମବାର, ବୁଧବାର, ଶୁକ୍ରବାର ଏହି ୩ ଦିନ ପିଲାଙ୍କୁ ଫଳ ଦିଆଯିବ ।

You Can Read:

ମାଧ୍ୟମିକ ଶିକ୍ଷା ପରିଷଦ ଭିତରେ ସବୁକିଛି ଠିକ୍ ନାହିଁ କି ? ଆରଟିଆଇରେ ତଥ୍ୟ ମାଗିଲେ ଉତ୍ତର ମିଳୁଛି ଗୋପନୀୟ ତଥ୍ୟ ଦେଇ ହେବନି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.