ପ୍ରକୃତ ଶାନ୍ତି ଦୂତ କତାର: ଆମେରିକା-ତାଲିବାନ ଶାନ୍ତି ଚୁକ୍ତିନାମାଠାରୁ ଇରାନ-ଇସ୍ରାଏଲ ଅସ୍ତ୍ରବିରତି ପର୍ଯ୍ୟନ୍ତ, ଶାନ୍ତି ପ୍ରତିଷ୍ଠାରେ ସଫଳ

Published By : Prameya-News7 Bureau | June 24, 2025 IST

internet

ଦୋହାବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶ ଯୁଦ୍ଧରେ ଲାଗିଥିବା ବେଳେ ଆଉ କିଛି ଦେଶ ମଧ୍ୟସ୍ଥତା କଥା ବାରମ୍ବାର କହୁଛଛନ୍ତି। ହେଲେ ସେମାନେ ଦୂରରେ ରହି ମାପିଚୁପି ପ୍ରତିକ୍ରିୟା ରଖୁଛନ୍ତି। ଯେମିତି ସାପ ମରିବନି କି ବାଡ଼ି ଭାଙ୍ଗବିନି। ହେଲେ ଏହାରି ଭିତରେ ଗୋଟିଏ ଦେଶ ମଧ୍ୟସ୍ଥତା କରି ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ବିଶ୍ୱରେ ବାହା ବାହା ନେଉଛି। ଏହି ଦେଶ ହେଉଛି ମଧ୍ୟପ୍ରାଚ୍ୟର ଶେଖ୍‌ମାନଙ୍କ ଦେଶ କତାର। ଆମେରିକା-ତାଲିବାନ ଶାନ୍ତି ଚୁକ୍ତିନାମା ଠାରୁ ଆରମ୍ଭ  କରି ବର୍ତ୍ତମାନର ଇରାନ-ଇସ୍ରାଏଲ ଯୁଦ୍ଧବିରତି ପର୍ଯ୍ୟନ୍ତ, ୫ ଥର କାତାର ବିବାଦରେ ନିଜକୁ ମୁଖ୍ୟ ମଧ୍ୟସ୍ଥି ଭାବରେ ପ୍ରମାଣିତ କରି ସାରିଛି। ଯଦିଓ ବର୍ତ୍ତମାନ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଥମି ନାହିଁ ତେବେ କତାର ମଧ୍ୟସ୍ଥତା ଜାରି ରଖିଛି। 

କତାର ଶାନ୍ତି ପ୍ରତିଷ୍ଠାର ଉଦ୍ୟମର ୫ ବଡ଼ ଉଦହାରଣ

. ଇସ୍ରାଏଲ-ଇରାନ ଅସ୍ତ୍ରବିରତୀ 

ଇସ୍ରାଏଲ୍‌ ଓ ଇରାନ ମଧ୍ୟରେ ବର୍ତ୍ତମାନ ଅସ୍ତ୍ର ବିରତୀ ଉଲ୍ଲଂଘନ ହୋଇ ସାରିଛି। ପରସ୍ପର ପରସ୍ପର ଉପରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ତେବେ ଜୁନ ୨୩ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିବା ଇସ୍ରାଏଲ-ଇରାନ ଅସ୍ତ୍ରବିରତୀ ପଛରେ କତାରର ବଡ଼ ହାତ ଥିଲେ। କତାର ମଧ୍ୟସ୍ଥତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥଇବା ଟ୍ରମ୍ପ ଘୋଷଣା କରିଥିଲେ। 
୨. ଆମେରିକା-ତାଲିବାନ ଶାନ୍ତି ଚୁକ୍ତିନାମା (୨୦୧୩-୨୦୨୦)

ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ମଧ୍ୟ କତାରର ବଡ଼ ଭୂମିକା ରହିଥିଲା। କତାର ୨୦୧୩ ମସିହାରୁ ନିଜ ରାଜଧାନୀ ଦୋହାରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦେଇଥିଲେ। ଏହା ମାଧ୍ୟମରେ ସମୟ ସମୟରେ  ତାଲିବାନ ଏବଂ ଆମେରିକା ମଧ୍ୟରେ ଗୁପ୍ତ ଏବଂ ପରେ ସାର୍ବଜନୀନ ଆଲୋଚନା ସଫଳ ହୋଇଥିଲା। ଯାହାକୁ ଦୋହା ଚୁକ୍ତି (ଫେବୃଆରୀ ୨୦୨୦) ବୋଲି କୁହାଯାଉଛି। ଏହି ଚୁକ୍ତି ପରେ ଆମେରିକା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରି ନେବା ସହିତ ଆଫଗାନିସ୍ତାନ ନିଜ ମାଟିରେ ଆତଙ୍କବାଦ ତିଆରି କରାଇ ଦେବନି ବୋଲି ରାଜି ହୋଇଥିଲା।

୩. ଋଷିଆ-ୟୁକ୍ରେନ ଶିଶୁ ପ୍ରତ୍ୟାବର୍ତ୍ତନ (୨୦୨୩-୨୦୨୪)

ଯୁଦ୍ଧ ସମୟରେ ୟୁକ୍ରେନରୁ ଉଠାଇ ନିଆଯାଇଥିବା ପିଲାମାନଙ୍କୁ ଫେରାଇ ଦେବା ପାଇଁ କତାର ୟୁକ୍ରେନ ଏବଂ ରୁଷ ମଧ୍ୟରେ ଆଲୋଚନା କରାଇବାରେ ସଫଳ ହୋଇଥିଲା। ୨୦୨୪ ପର୍ଯ୍ୟନ୍ତ ମଧ୍ୟସ୍ଥତା ଜାରି ରଖି କତାର ସହଯୋଗରେ ମାନବୀୟ କରିଡରରେ ଖୋଲି ଅନେକ ପିଲାଙ୍କୁ ଫେରାଇ ଦିଆଯାଇଥିଲା।

୪. ଲେବାନନ୍ ରାଜନୈତିକ ସଙ୍କଟ ଏବଂ ଦୋହା ଚୁକ୍ତିନାମା (2008)

କତାର ହିଜବୁଲ୍ଲା ସମେତ ପ୍ରତିଦ୍ୱନ୍ଦ୍ୱୀ ଲେବାନନ୍ ଗୋଷ୍ଠୀଗୁଡ଼ିକୁ ଡାକି ଲେବାନରେ ସ୍ଥିରତା ଆଣିବାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହା ହିଜବୁଲ୍ଲା-ନେତୃତ୍ୱାଧୀନ ବିରୋଧୀ ଦଳ ଓ ପାଶ୍ଚାତ୍ୟ-ସମର୍ଥିତ ସରକାର ମଧ୍ୟରେ ସମାଧାନ କରିଥିଲା। ଦୋହା ଚୁକ୍ତି (୨୦୦୮) ଦ୍ୱାରା ଲେବାନନରେ ୧୮ ମାସର ରାଜନୈତିକ ଅଚଳାବସ୍ଥାର ଅନ୍ତ ଘଟିଥିଲା। ସର୍ବସମ୍ମତିକ୍ରମେ ରାଷ୍ଟ୍ରପତିଙ୍କ ନିର୍ବାଚନ ହେବା ସହିତ ସମ୍ଭାବ୍ୟ ଗୃହଯୁଦ୍ଧକୁ ଟଳିଥିଲା। ଯାହା ଆଜି ପର୍ଯ୍ୟନ୍ତ ଲେବାନନକୁ ଏକ କରି ରଖିଛି। \

ଦାରଫୁର ଶାନ୍ତି ଆଲୋଚନା - ସୁଡାନ (୨୦୦୮-୨୦୧୧)

ଲେବାନନ ଭଳି ସୁଦାନରେ ମଧ୍ୟ ବିଦ୍ରୋହ ଘଟି ଦେଶରେ ଅସ୍ଥିରତା ଲାଗି ରହିଥିଲା। କତାର ସୁଦାନ ସରକାର ଏବଂ ଦାରଫୁରର ବିଦ୍ରୋହୀ ଗୋଷ୍ଠୀମାନଙ୍କ ମଧ୍ୟରେ ମଧ୍ୟସ୍ଥତା କରିଥିଲେ। ଦାରଫୁରରେ ଶାନ୍ତି ପାଇଁ ଦୋହା ଡକ୍ୟୁମେଣ୍ଟ (DDPD) ୨୦୧୧ ମସିହାରେ ସ୍ୱାକ୍ଷରିତ ହୋଇଥିଲା। ଏହି ପ୍ରକ୍ରିୟା ଲଢ଼େଇ ହ୍ରାସ କରିବାରେ ସାହାଯ୍ୟ କରିଥିଲା ଏବଂ ଦଳଗୁଡ଼ିକୁ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ତେବେ ଏଥିରେ କିଛି ବିଦ୍ରୋହୀ ଗୋଷ୍ଠୀ ଏକମତ ହୋଇ ନଥିଲେ। ଯାହା ଆଜି ଯାଏ ଅଶାନ୍ତିର କାରଣ ହୋଇ ରହିଛି। 

ଇସ୍ରାଏଲ-ହମାସ ମଧ୍ୟସ୍ଥତା ଏବଂ ଯୁଦ୍ଧବିରତି (୨୦୧୨-୨୦୨୫)

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅନେକ ଯୁଦ୍ଧବିରତି ଏବଂ ବନ୍ଧକ ଆଲୋଚନାରେ କତାର ମଧ୍ୟସ୍ଥତା ଭାବରେ କାର୍ଯ୍ୟ କରିଛି। ପ୍ରାୟତଃ ଇଜିପ୍ଟ ଏବଂ ଆମେରିକା ସହିତ ମିଶି କତାର ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ସାରିଛି। ୨୦୧୨, ୨୦୨୧ ଏବଂ ୨୦୨୩-୨୦୨୫ରେ ପ୍ରମୁଖ ଯୁଦ୍ଧବିରତି ଚୁକ୍ତିନାମା, ଯେଉଁଥିରେ ବନ୍ଧକ ବିନିମୟ ଏବଂ ମାନବିକ ସହାୟତା ଚୁକ୍ତି ଆଦି ଅନ୍ତର୍ଭୁକ୍ତ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.