ଶୀତଳାପଲ୍ଲୀ ସମ୍ ହସ୍ପିଟାଲ ପକ୍ଷରୁ ସାନ ଆର୍ଯ୍ୟପଲ୍ଲୀ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Published By : Prameya-News7 Bureau | June 13, 2025 IST

ଛତ୍ରପୁର: ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ସମ୍ ହସ୍ପିଟାଲ୍ ନିରବଚ୍ଛିନ୍ନ କାର୍ଯ୍ୟ କରିଆସୁଛି । ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ – ୩ ଏହି ଅଭିଯାନ ଜାରି ରଖିଛି । ଆଜି ଛତ୍ରପୁର ବ୍ଲକର ସାନଆର୍ଯ୍ୟାପଲ୍ଲୀ ଠାରେ ସମ ହସ୍ପିଟାଲ ଟିମ୍ ପହଞ୍ଚି ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି । ସାନଆର୍ଯ୍ୟପଲ୍ଲୀ ଗାଁରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ରୋଗୀ ମାଗଣା ସ୍ୱାସ୍ଥ୍ୟ ସେବାର ସୁଯୋଗ ନେଇଥିଲେ । ଚିକିତ୍ସା ସହ ମାଗଣା ଔଷଧ ମଧ୍ୟ ପାଇଥିଲେ । ମାଗଣା ସ୍ୱାସ୍ଥ୍ୟ ଶିବିର ଓ ସମ୍ ହସ୍ପିଟାଲର ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି । ସେପଟେ ଡାକ୍ତରୀ ଟିମ ମଧ୍ୟ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କିପରି ଶୀଘ୍ର ଉପଶମ ହୋଇ ପାରିବ ସେନେଇ ପରାମର୍ଶ ଦେଇଥିଲେ ।

ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ କିଛି ଦିନ ତଳେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସା ହୋଇଥିଲେ । ପରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଏହି ପଞ୍ଚାୟତରେ ମେଡିକାଲ ଟିମ ପହଂଚି ସ୍ଥିତି ପରଖି ଥିଲା । ପୂର୍ବ ସପ୍ତାହରେ ବି ସମ୍ ହସ୍ପିଟାଲ ପକ୍ଷରୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ଏଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରା ଯାଇଥିଲା । ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୭ଟି ବିଭାଗର ଡାକ୍ତର ଟିମ୍ ପହଞ୍ଚି ମାଗଣା ସ୍ୱାସ୍ଥ୍ୟ ସେବା କରିବା ସହ ମାଗଣା ଔଷଧ ବିତରଣ କରିଥିଲେ ।  ଆଗାମୀ ଦିନରେ ମଧ୍ୟ ସମ ହସ୍ପିଟାଲ ପକ୍ଷରୁ ଏହି ପଞ୍ଚାୟତର ଅନ୍ୟ ଗାଁରେ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି । 

କର୍ତ୍ତୃପକ୍ଷ କହିଛନ୍ତି, କେବଳ ମାଗଣା ସ୍ୱାସ୍ଥ୍ୟ ଶିବିର ନୁହେଁ, ବରଂ ଶୀତଳାପଲ୍ଲୀ ଠାରେ ଅବସ୍ଥିତ ସମ୍ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସୁବିଧା, ଆଇ.ପି.ଡି,  ଓ.ପି.ଡି, ଆୟୁଷ ବ୍ୟବସ୍ଥା ରହିଛି । ଅଭିଜ୍ଞ, ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ଉନ୍ନତମାନର ରୋଗୀ ସେବା ଉପଲବ୍ଧ କରାଯାଉଛି । ୨୪ ଘଣ୍ଟିଆ ସେବା, ଜରୁରୀକାଳୀନ ଚିକିତ୍ସା ସୁବିଧା, ଟ୍ରମା କେୟାର, ଡାଏଲସିସ ସେବା, କେମୋଥୋରାପି ସେବା, କ୍ୟାନ୍ସର ରୋଗର ଉପଶମ ସେବା, ନ୍ୟୁରୋ ସର୍ଜରୀ, ଲପୋଷ୍ଟିକ ସର୍ଜରୀ ଓ ମୋଡ୍ୟୁଲାର ଓପରେସନ୍ ଥିଏଟର୍‌ ଶ୍ରେଷ୍ଠ ପ୍ରଯୁକ୍ତି ବ୍ୟବହାର କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.