ଭୁବନେଶ୍ବର ୨।୮: ଏଣିକି ଛାତ୍ରଛାତ୍ରୀ ମାନେ ମାଗଣାରେ ଯିବା ଆସିବା କରିବେ । ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ପ୍ରଥମରୁ ଯୁକ୍ତ ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ମାଗଣାରେ ଯିବା ଆସିବ କରିବେ । ଯିବା ଆସିବା ସମୟରେ ୟୁନିଫର୍ମ ଏବଂ ଆଇ-କାର୍ଡ ଦେଖାଇ ମାଗଣାରେ ଯାଇପାରିବେ ଛାତ୍ରଛାତ୍ରୀ । ଗୁରୁବାର ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ନଥିବା ସ୍ୱୀକାର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଭିତ୍ତିଭୂମି ଉନ୍ନତି ପାଇଁ ସରକାର ଗୁରୁତ୍ବ ଦେବେ । ଆଗାମୀ ଦିନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ବି ଆଲୋଚନା ହୋଇଛି । ଯେଉଁଠି ଅବ୍ୟବସ୍ଥା ରହିଛି ଅତିରିକ୍ତ ଘର ନିର୍ମାଣ ସହ ମରାମତି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଜଣେ ବ୍ୟକ୍ତିଙ୍କ ଉଦ୍ୟମ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ