ନ୍ୟାୟ ଦାବିରେ ଥାନା ଭିତରେ ପଶିଲେ କିନ୍ନର , ହୋହାଲ୍ଲା କରିବା ସହ ଧାରଣାରେ ବସିଲେ

NEWS7
fraud-in-chit-fund-scam-investigation-by-cbi-dama-rout

ଆସ୍କା: ଜଣେ କିନ୍ନରଙ୍କୁନ୍ୟାୟ ଦାବିରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଭିତରେ ପଶିଲେ ଶତାଧିକ କିନ୍ନରl ଥାନା ଭିତରେ ହୋ ହାଲ୍ଲା କରିବା ସହ ନ୍ୟାୟ ଦାବି କରିଛନ୍ତି। ଥାନା ଆଗରେ ଏବେ ଧାରଣାରେ ବସିଛନ୍ତି କିନ୍ନର ସଂଘ।

ସୂଚନା ଅନୁସାରେ କବିସୂର୍ଯ୍ୟନଗର କେରୁଆଁ ପଲ୍ଲୀ ଗ୍ରାମର ଜ୍ୟୋତି ନାମକ ଜଣେ କିନ୍ନର କୁ କବିସୂର୍ଯ୍ୟନଗର ବାଲିଛାଇ ଗ୍ରାମର ଜଣେ ଯୁବକ ପ୍ରେମ କରୁଥିଲେlଦୁହିଁଙ୍କର ପ୍ରେମ ପ୍ରଥମେ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ବେଳେ ପରେ ମିଳାମିଶା ଓ ବିବାହ ପ୍ରତିଶୃତି ଦେଇ ଯୁବକ ଜଣଙ୍କ କିନ୍ନରଙ୍କ ସହ ଶାରିରିକ ସମ୍ପର୍କ ରଖିଥିଲେlହେଲେ ଯୁବକ ଜଣଙ୍କ ପ୍ରତାରଣା କରି କିନ୍ନର ଜଣଙ୍କୁ ବିବାହ କରିବାକୁ ମନା କରୁଥିବାରୁ କିନ୍ନର ଜଣଙ୍କ ପୂର୍ବରୁ କବିସୂର୍ଯ୍ୟ ନଗର ଥାନାର ଦ୍ବାରସ୍ଥ ହୋଇଥିଲେl

ହେଲେ ନ୍ୟାୟ ନ ମିଳିବାରୁ ଆଜି କିନ୍ନର ସଂଘର ଶତାଧିକ କିନ୍ନର କବିସୂର୍ଯ୍ୟନଗର ଥାନା ଭିତକୁ ପଶି ପ୍ରଥମେ ଥାନା ଭିତରେ ହୋହାଲ୍ଲା କରିଥିଲେ ପରେ ଥାନା ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛିl