ଭାରତ ଆଗରେ ଫେଲ୍ ମାରିଲା ଚୀନର PL-15E, ଏବେ ଭଗ୍ନାବଶେଷ ନେବାକୁ ଚାହୁଁଛନ୍ତି ଜାପାନ-ଫ୍ରାନ୍ସ

Published By : Prameya-News7 Bureau | May 20, 2025 IST

ନୂଆଦିଲ୍ଲୀ: ଏପ୍ରିଲ୍ ୨୨ରେ କାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଜବାବରେ ଭାରତ ଅପରେସନ୍ ସିନ୍ଦୂର କରି ଆତଙ୍କବାଦୀଙ୍କୁ ନିପାତ କରିଥିଲା । ଏହାପରେ ବିଚଳିତ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ଚାରି ଦିନର ସୈନ୍ୟ ସଂଘର୍ଷରେ ପାକିସ୍ତାନ ପ୍ରାୟ ୮୦୦ରୁ ୧୦୦୦ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲା । ଯାହାକୁ ଭାରତୀୟ ସେନା ନଷ୍ଟ କରିବାରେ ସଫଳ ହୋଇଥିଲା । ଭାରତର ପାଲଟା ଜବାବରେ ପାକିସ୍ତାନର ଅନେକ ସାମରିକ ଘଟି ଧ୍ୱଂସ ହୋଇଥିଲା । ଏହି ସୈନ୍ୟ ସଂଘର୍ଷ ଉପରେ ତିନି ସେନାର ଡିଜିଏମଓ ସାମ୍ୱାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ଶତ୍ରୁ ଦେଶ ଦ୍ୱାରା ବ୍ୟବହାର କରାଯାଇଥିବା ଡ୍ରୋନ୍ ଓ ମିସାଇଲର ଭଗ୍ନାବଶେଷର ଫଟୋ ସାର୍ବଜନୀନ ଭାବେ ପ୍ରଦର୍ଶନ କରାଯାଇଥିଲା । ତୁର୍କୀ ଡ୍ରୋନ୍ ସମେତ ଚୀନର PL-15Eଇ ମିସାଇଲ୍ ମଧ୍ୟ ବ୍ୟବହାର କରାଯାଇଥିଲା ।

PL-15E ଚୀନ ନିର୍ମିତ ଆକାଶରୁ ଆକାଶକୁ ଟାର୍ଗେଟ୍ କରିପାରୁଥିବା ମିସାଇଲ୍, ଯାହାକୁ ଭାରତ ସୀମାବର୍ତ୍ତି ଅଞ୍ଚଳରେ ହିଁ ଖସାଯାଇଥିଲା । ଏହି ମିସାଇଲ୍‌ର ଖଣ୍ଡ ଖଣ୍ଡ ପାର୍ଟକୁ ଜବତ କରାଯାଇଥିଲା । ପଞ୍ଜାବର ହୋସିଆରପୁରରେ ଗୋଟିଏ ସ୍ଥାନରେ ଏହି ମିସାଇଲ୍ ବିନା ଆକ୍ଟିଭରେ ହିଁ ଜମିରୁ ମିଳିଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ ଏହା ଚୀନର ଉନ୍ନତ ମିସାଇଲ୍ PL-15E । ମିଡିଆ ରିପୋର୍ଟ ଅନୁସାରେ ଏହି ମିସାଇଲ୍‌ର ପ୍ରତି ୟୁନିଟ୍ ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା । 

ଏବେ ନୂଆ ଘଟଣାକ୍ରମରେ ଜାପାନ, ଫ୍ରାନ୍ସ ଓ ଫାଇଭ୍ ଆଇଜ୍‌ର ଅନେକ ଦେଶର ଗୁଇନ୍ଦା ଏଜେନ୍ସି ଭାରତଠାରୁ ଏହି ମିସାଇସର ଭଗ୍ନାବଶେଷ ଚାହୁଁଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଚୀନ ନିର୍ମିତ ମିସାଇଲ୍ ହାସଲ ଏକ ବଡ଼ ଉପଲବ୍ଧି । କାରଣ ଏହାଦ୍ୱାରା ମିସାଇଲର ମାରକ କ୍ଷମତା ଓ ରେଞ୍ଜ ବାବଦରେ ବହୁମୂଲ୍ୟ ସୂଚନା ମିଳିପାରିବ । ଫଳରେ ଦେଶର ବୈଜ୍ଞାନିକ ଏହି ମିସାଇଲକୁ ନିଷ୍ଫଳ କରିବା ଓ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଚୀନ ମିସାଇଲ୍ ନିର୍ମାଣ ଉପରେ ତଥ୍ୟ ହାସଲ କରିପାରିବେ । ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ଓ ଜାପାନ ପରି ଦେଶ ଯେଉଁମାନେ ଏୟାର-ଟୁ-ଏୟାର ମିସାଇଲ୍ ପ୍ରଣାଳୀରେ ଅନେକ ପୁଞ୍ଜି ନିବେଶ କରିଛନ୍ତି, ସେମାନେ ଚୀନର ଗୁପ୍ତ PL-15E ମିସାଇଲର ଭଗ୍ନାବଶେଷକୁ ଅନେକ ତଥ୍ୟ ହାସଲ କରିପାରିବେ । ଏହାସହ ବିଦେଶୀ ମିସାଇଲର ରାଡାର ସିଗ୍ନେଚର, ମୋଟର ସଂରଚନା, ଗାଇଡାନ୍ସ ଜାଣିବାରେ ବଡ଼ ସହଯୋଗ ପ୍ରଦାନ କରିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.