ସୁନୟନା ଚାରିଟେବଲ୍‌ ଟ୍ରଷ୍ଟର ଚତୁର୍ଥ ପଦ୍ମାବତୀ ଉତ୍ସବ ଅନୁଷ୍ଠିତ, ମନ ମୋହିଲା ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ

Published By : Prameya-News7 Bureau | May 24, 2025 IST

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନ   ସୁନୟନା ଚାରିଟେବଲ୍‌ ଟ୍ରଷ୍ଟ ଦ୍ୱାରା   ଚତୁର୍ଥ ପଦ୍ମାବତୀ ଉତ୍ସବ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।  ଓଡ଼ିଶୀ ନୃତ୍ୟାଙ୍ଗନା ଲୀନା  ନନ୍ଦଙ୍କୁ ଚତୁର୍ଥ ପଦ୍ମାବତୀ ସମ୍ମାନରେ  ମାନପତ୍ର, ଉପଢ଼ୌକନ ଦେଇ ସମ୍ମାନିତ   କରାଯାଇଥିଲା । 

ପରେ ଟ୍ରଷ୍ଟର ଓଡ଼ିଶୀ  ନୃତ୍ୟଶିଳ୍ପୀଙ୍କ ଦ୍ୱାରା ବୃନ୍ଦ ଓଡ଼ିଶୀ  ନୃତ୍ୟ ମଙ୍ଗଳାଚରଣ ପରିବେଷଣରୁ  କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।  ଏହାପରେ ଓଡ଼ିଶୀ ନୃତ୍ୟାଙ୍ଗନା ଲୀନା  ନନ୍ଦ ଏକକ ନୃତ୍ୟ ପରିବେଷଣ  କରିଥିଲେ । ପରେ ପରେ କଳାବିକାଶ  କେନ୍ଦ୍ର ଦ୍ୱାରା ବୃନ୍ଦ ନୃତ୍ୟ ପରିବେଷଣ ହୋଇଥିଲା । ଅରୁଣଜ୍ୟୋତି ଏକକ  ନୃତ୍ୟାଭିନୟ କରିଥିଲେ । ନୃତ୍ୟାଙ୍ଗନା  ଭୁବନେଶ୍ୱରର କଳାକାରମାନେ ଦଳଗତ  ନୃତ୍ୟ ପରିବେଷଣ କରିଥିଲେ ।  

ଅନୁଷ୍ଠାନର ନିର୍ଦ୍ଦେଶିକା ଗୁରୁ ସାଗରିକା   ପରିଡ଼ାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ   ଆୟୋଜିତ ହୋଇଥିବା ବେଳେ ବିଶ୍ୱଜିତ୍‌ ବଳିଆରସିଂହ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ  ସିଂହ, ଏମ୍‌ଜିଏମ୍‌ ମିନେରାଲ୍ସ ଲିଃ.ର  ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ବିଶିଷ୍ଟ  ନୃତ୍ୟାଙ୍ଗନା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି  ଓ ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସ  ଯୋଗଦେଇ ଟ୍ରଷ୍ଟର ଉଦ୍ୟମକୁ ପ୍ରଶଂସା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.