ସିକିମ୍ ଟ୍ରାଜେଡି : ପରିବାରର ୪ ସଦସ୍ୟ ଫେରିଛନ୍ତି ଘରକୁ, ମୋବାଇଲ୍ ମିଳିଥିଲେ ମଧ୍ୟ ଏଯାଏଁ ମିଳିନି ଇତିଶ୍ରୀଙ୍କ ସମେତ ୪ ଜଣଙ୍କ ପତ୍ତା

Published By : Prameya-News7 Bureau | June 02, 2025 IST

ଯାଜପୁର ୨ସାଥୀ ହୋଇ ଯାଇଥିଲେ ଆସିଲେ ଅଲଗା । ସିକିମ୍ ଦୁର୍ଘଟଣାର ୪ ଦିନ ପରେ ସୋମବାର ଘରକୁ ଫେରିଛନ୍ତି ନିଖୋଜ ଓଡ଼ିଆଙ୍କ ସମ୍ପର୍କୀୟ । ସିକିମ୍‌ରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଏବେବି ନିଖୋଜ ଅଛନ୍ତି ଯାଜପୁର ବ୍ୟାସନଗର ଅଞ୍ଚଳର ୪ ପର୍ଯ୍ୟଟକ । ତେବେ ଏହି ନିଖୋଜ ଓଡ଼ିଆ ପର୍ଯ୍ୟଟକଙ୍କ ସହ ବୁଲିବାକୁ ଯାଇଥିବା ତାଙ୍କ ସମ୍ପର୍କୀୟ ମାନେ ଆଜି ଘରକୁ ଫେରିଛନ୍ତି । ରବିବାର ସକାଳୁ ଯାଜପୁର ରୋଡ଼ ରେଳ ଷ୍ଟେସନରେ ପହଞ୍ଚି ନିଜ ଘରକୁ ଯାଇଛନ୍ତି । ତେବେ ସିକିମ୍ ବୁଲିବାକୁ ୧୧ ଜଣ ଯାଇଥିବା ବେଳେ ୪ ଜଣ ଅର୍ଥାତ୍ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ୨ ଭଉଣୀ ମଞ୍ଜୁଲତା ଦେଓ, ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଘରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ସେଦିନର ସେହି ଘଟଣାକୁ ଛଳଛଳ ଆଖିରେ ବଖାଣିଛନ୍ତି ଇତିଶ୍ରୀଙ୍କ ଭଉଣୀ । ମିଶିକି ହସ ଖୁସିରେ ଯାଇଥିଲୁ ହେଲେ ୪ ଜଣ ଫେରୁଛି ଆଉ ଦୁଇ ଜଣ ସେଠାରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ ନିଖୋଜ ମାନଙ୍କୁ ଠାବ କରିବାକୁ ଓଡ଼ିଶା ସରକାର ସିକିମ୍ ସରକାରଙ୍କ ସହ ଲଗାତାର ସମ୍ପର୍କରେ ରହିଥିବା ବେଳେ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ୨ ଯୁବକଙ୍କୁ ଓଡ଼ିଶା ଆଣିବାକୁ ପ୍ରଚେଷ୍ଟା କରାଯାଉଥିବା ସେ କହିଛନ୍ତି ।

ଅନ୍ୟପଟେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ଫେରି ଆସିଥିବା ନିଖୋଜ ଇତିଶ୍ରୀଙ୍କ ଭଉଣୀ କହିଛନ୍ତି, ବର୍ଷା ହେଉଛି ପାଗ ଭଲ ନାହିଁ ଆମେ ଯିବାନି ବୋଲି କହିଥିଲେ ଇତିଶ୍ରୀଙ୍କ ଭଉଣୀ । ହେଲେ ଆମ କଥା ନମାନି ଆମେ ଯେତେ ମନା କଲେ ବି ଡ୍ରାଇଭର ଜଣକ ନେଇ ଆସିଥିଲେ । ଶେଷରେ ଅଧା ବାଟରେ ପଛ ଗାଡ଼ିଟି ଭାରସାମ୍ୟ ହରାଇ ଘାଟିରୁ ଖସି ପଡିଥିଲା । ଯେଉଁଥିରେ ୧୧ ଜଣ ଥିବା ବେଳେ ସେଥିରେ ଆମର ୬ ଜଣ ରହିଥିଲେ । 

ସେପଟେ ସମ୍ପର୍କୀୟ ମାନେ ଘରେ ପହଞ୍ଚିଲା ପରେ ସ୍ଥାନୀୟ ବିଧାୟକ ଆକାଶ ଦାସ ନାୟକ ପହଞ୍ଚି ସମବେଦନା ଜଣାଇବା ସହ ଚିକିତ୍ସିତ ହେଉଥିବା ଦୁଇ ଜଣକୁ କିପରି  ଓଡ଼ିଶାକୁ ଅଣାଯିବ ସେନେଇ ବ୍ୟବସ୍ଥା କରାଯାଉଥିବା ବିଧାୟକ ଆକାଶ ଦାସ ନାୟକ କହିଛନ୍ତି । 

ତେବେ ରବିବାର ନିଖୋଜ ଥିବା ଇତିଶ୍ରୀଙ୍କ ମୋବାଇଲ ଫୋନ୍ ମିଳିଥିବା ବେଳେ ଆଉ ୫ଟି ମୋବାଇଲ ଫୋନ୍ ସହ ନଗଦ ୯ ହଜାର ୨ ସହ ଟଙ୍କା ଠାବ କରିଛି ସିକିମ୍ ପୋଲିସ । ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ପାହାଡ ଧସିଯିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା ଜଣାପଡ଼ିଛି । ନଦୀରେ ପାଣି କମିଲେ ଉଦ୍ଧାର କାର୍ଯ୍ୟ ତ୍ଵରାନ୍ବିତ ହେବ ବୋଲି ଜଣାପଡ଼ିଛି । 

ସେପଟେ ଚିକିତ୍ସିତ ହେଉଥିବା ଇତିଶ୍ରୀଙ୍କ ସାନ ପୁଅ ଏବଂ ତାଙ୍କ ଭାଇଙ୍କ ପୁଅଙ୍କୁ ଏୟାରଲିଫ୍ଟରେ ଓଡ଼ିଶାକୁ ଆଣିବାକୁ ଚେଷ୍ଟା କରାଯାଉଛି ବୋଲି ଇତିଶ୍ରୀଙ୍କ ଭାଇ ଶିଶିର ନାୟକ କହିଛନ୍ତି ।

You Can Read:

ଢେଙ୍କାନାଳ ସଦର ବ୍ଲକ୍ ବିଜେଡି ସଭାପତିଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.