ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ , ରଖାଯାଇଛି ଭେଣ୍ଟିଲେଟରରେ

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଥିବା କୁହାଯାଉଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଜୁନ୍‌ର ଶେଷ ସପ୍ତାହରେ କିଡନୀ ସମ୍ୱନ୍ଧୀୟ ସମସ୍ୟା କାରଣରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।

ଶନିବାର ସୂତ୍ରାନୁସାରେ କୁହାଯାଇଛି, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଜୁନ୍‌ର ଶେଷ ସପ୍ତାହରେ କିଡନୀ ସମ୍ୱନ୍ଧୀୟ ସମସ୍ୟା ଯୋଗଁ ମାସେରୁ ଅଧିକ ସମୟ ଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। 

୮୧  ବର୍ଷିୟ ଶିବୁ ସୋରେନଙ୍କର ବହୁ ଦିନରୁ ହସ୍ପିଟାଲରେ ନିୟମିତ ଚିକିତ୍ସା ଚାଲୁ ରହିଛି। ଶିବୁ ସୋରେନଙ୍କର ପୁଅ  ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୨୪ ଜୁନରେ ତାଙ୍କ ବାପା ( ଶିବୁ ସୋରେନ)ଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ନେଇ କହିଥିଲେ। ଯେ, ତାଙ୍କୁ ନିକଟରେ ଏଠାରେ ଭର୍ତ୍ତି କରାଯାଇ ଥିଲା। ଆମେ ତାଙ୍କୁ ଭେଟିବାକୁ ଆସିଥିଲୁ। ତାଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଯାଞ୍ଚ କରାଯାଉଛି। ଶିବୁ ସୋରେନ ଗତ ୩୮ ବର୍ଷରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ଅଛନ୍ତି। ତାଙ୍କୁ ଦଳର ପ୍ରତିଷ୍ଠାତା ପୃଷ୍ଠପୋଷକ ଭାବେ ମନେକରାଯାଏ ।

ଦୁଇ ଦିନ ପୂର୍ବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାପା ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍‌ ଦେଇଥିଲେ। ସେ କହିଛନ୍ତି ଯେ , ବାପାଙ୍କ ସ୍ଥିତି ବର୍ତ୍ତମାନ ସ୍ଥିର ରହିଛି। ତାଙ୍କ ଅନୁସାରେ , ସେ କେବେସୁଦ୍ଧା ସଂପୂର୍ଣ୍ଣ ସୁସ୍ଥ ହେବେ, ଡାକ୍ତରମାନେ ଏହା ଉପରେ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି।

ଉଲ୍ଲେଖନୀୟ ଯେ ଗତ ମାସେ ହେବ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଶିବୁ ସୋରେନଙ୍କ ଚିକିତ୍ସା ଚାଲୁ ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଲଗାତାର ଦିଲ୍ଲୀରେ ରହି ତାଙ୍କର ଦେଖାଶୁଣା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.