ବରଗଡ଼ ୮।୭: ବରଗଡ଼ ଜିଲ୍ଲା ବିଜେପୁରର ଆଶିଷ ମେହେରଙ୍କ ଫେସବୁକ୍ ଆକାଉଣ୍ଟରେ ଫେସବୁକ୍ ରିଲ୍ସ ଭିଡ଼ିଓରେ ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନର ଅଭିଯୋଗ କରି ଗିରଫ ହେଲେ ୨ ଜଣ ଯୁବକ । ଉକ୍ତ ଭାଇରାଲ୍ ଭିଡ଼ିଓକୁ ନେଇ ରାଜ୍ୟର ଚିଫ୍ ଓ୍ବାଇଲ୍ଡଲାଇଫ୍ ଓ୍ବାର୍ଡେନଙ୍କୁ ଅଭିଯୋଗ କରିଥିଲେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଭିଡ଼ିଓରେ ଏକ ଇଣ୍ଡିଆନ ଫ୍ଲାପ୍ ସେଲ୍ ଟର୍ଟଲକୁ ଧରି, ତା ପିଠିରେ ରଙ୍ଗ ତୂଳୀରେ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଆଙ୍କି, ସେଇ ରଙ୍ଗ ଥାଇ ପାଣିରେ ଛାଡ଼ିବା ଦୃଶ୍ୟ ଦେଖା ଯାଉଛି । ଏଇ କଇଁଛ ବନ୍ୟପ୍ରାଣୀ ଆଇନରେ ସିଡ୍ୟୁଲ-୧ ତାଲିକାରେ ସଂରକ୍ଷିତ । ଏଥିପାଇଁ ୭ ବର୍ଷ ଯାଏଁ ଜେଲ, ₹୧ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ଅଛି ।
ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ଶୁଭେନ୍ଦୁ ମଲ୍ଲିକ ଚିଫ୍ ୱାଇଲ୍ଡ ଲାଇଫ ୱାର୍ଡେନଙ୍କୁ ଅନୁରୋଧ କରିଥିଲେ । ଏହି ଚିଠିର ଏକ ନକଲ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଦେଇଥିଲେ । ଯାହାକୁ ନେଇ ବରଗଡ଼ ବନ ବିଭାଗ ପକ୍ଷରୁ ତଦନ୍ତ କରି ଉକ୍ତ ଘଟଣାରେ ଆଶିଷ ମେହେରକୁ କଇଁଛ ପିଠିରେ ଚିତ୍ର କରିବା ଓ ଅବିନାଶ ବଗର୍ତ୍ତୀ ଭିଡ଼ିଓ ଉଠାଇବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ।
You Can Read:
ମହିଳା ଏଏସ୍ଆଇଙ୍କୁ ଥାନା ଭିତରେ ଗାଳି ଗୁଲଜ ସହ ଆକ୍ରମଣ ଅଭିଯୋଗ, ମାସେ ପରେ ବି ପୋଲିସର ହାତ ଖାଲି