ଉମରକୋଟ ୧।୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ଅଧୀନରେ ଥିବା ହାତୀବାଡ଼ି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜବରଦଖଲ କରି ଘର ନିର୍ମାଣ କରିଥିଲେ । ରବିବାର ବନ ବିଭାଗ ପକ୍ଷରୁ ବୁଲଡୋଜର ଚଲାଇ ଘର ଭାଙ୍ଗିଲା ବନ ବିଭାଗ । ସଂରକ୍ଷିତ ଜଙ୍ଗଲକୁ ସଫା କରି ବେଆଇନ ଭାବେ ଘର ତିଆରି କରି ଜମି ମାଫିଆ ମାନେ ରହୁଥିଲେ ।
ନବରଙ୍ଗପୁର DFOଙ୍କ ତତ୍ୱାବଧାନରେ ନବରଙ୍ଗପୁର ACF, ଝରିଗାଁ ତହସିଲଦାର, ବନ ବିଭାଗ ରେଞ୍ଜର ଓ କର୍ମଚାରୀଙ୍କ ସହ ଦୁଇ ପ୍ଲାଟୁନ ସୁରକ୍ଷା କର୍ମୀ ଉପସ୍ଥିତ ରହି ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ଏହି ଅଭିଯାନରେ ପ୍ରାୟ ୩୦ଗୋଟି ଘରକୁ ମାଟିରେ ମିଶାଯାଇଛି । ବନ ବିଭାଗ ପକ୍ଷରୁ ଜବର ଦଖଲକାରୀଙ୍କୁ ବାରମ୍ବାର ନୋଟିସ୍ ଦିଆଯାଇଥିଲା ଓ କିଛି ଦିନ ତଳେ ବନ କର୍ମଚାରୀ ଉଚ୍ଛେଦ କରିବାକୁ ଯାଇଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ପୋଲିସ ଉପସ୍ଥିତିରେ ଏହି ସଂରକ୍ଷିତ ଜଙ୍ଗଲକୁ ଜବରଦଖଲ ମୁକ୍ତ କରାଯାଇଛି l
You Can Read:
ଓମ୍ଫେଡ୍ ଦୁଗ୍ଧ ଉତ୍ପାଦକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ