ଖାଲି ପେଟରେ ଖାଆନ୍ତୁନି ଏହି ଖାଦ୍ୟ ? ନଚେତ୍‌ ହୋଇପାରେ...

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ ୦୨।୦୮: କୁହାଯାଏ ସକାଳ ଖାଦ୍ୟ ସବୁବେଳେ ଭଲ ହେବା ଉଚିତ୍ । ଏଥିରେ ଶରୀର ଦିନସାରା ଫୁର୍ତ୍ତି ହୋଇ ରହିଥାଏ । ସକାଳୁ ଶୋଇକି ଉଠିବା ପରେ ପେଟ ପୁରା ଖାଲି ରହିଥାଏ । ଏପରି କ୍ଷେତ୍ରରେ ଯଦି ପେଟକୁ ଠିକ୍ ଖାଦ୍ୟ ମିଳେ ତେବେ ପାଚନ ଶକ୍ତି ବିଗିଡିପାରେ । 

କିନ୍ତୁ କିଛି ଏପରି ଜିନିଷ ରହିଛି ଯାହାକୁ ଖାଲିପଟେରେ ଖାଇବା ଉଚିତ୍ ନୁହେଁ । ନଚେତ୍ ପେଟ ସମ୍ବନ୍ଦୀୟ ଅନେକ ସମସ୍ୟା ହୋଇପାରେ । କଦଳୀରେ ପୋଟାସିୟମ, ଆଇରନ୍‌ର  ମାତ୍ରା ଅଧିକ ରହିଥାଏ । କିନ୍ତୁ ଏହାକୁ କେବେବି ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । ଏହା ଶରୀରକୁ କ୍ଷତି ପହଞ୍ଚାଇପାରେ । 

ଖଟା ଫଳ କମଳା, ଅଙ୍ଗୁରୁ, ମୌସୁମୀକୁ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । ଏଥିରେ ସିଟ୍ରେସ୍ ଏସିଡ୍ ରହିଥାଏ । ଯାହା ପାଚନ ଶକ୍ତିକୁ ଖରାପ କରିପାରେ । ଖାଲିପେଟରେ ଟମାଟ କେବେବି ଖାଇବା ଉଚିତ୍ ନୁହେଁ । ଏଥିରେ ଟେନିକ୍ ଏସିଡ୍ ରହିଥାଏ । ଯାହା ପେଟରେ ଏସିଡିଟି ସମସ୍ୟା ବଢାଇପାରେ । 

ସକାଳୁ ଖାଲି ପେଟରେ ଅଧିକ ମିଠା ଜିନିଷ ଖାଇବା ଉଚିତ୍ ନୁହେଁ । ଏଥିରେ ପେଟ ଖରାପ ହେବା ସହିତ ଶରୀରରେ ବ୍ଲଡ ସୁଗର ତୀବ୍ର ଗତିରେ ବଢିଥାଏ । କିଛି ଲୋକ ଖାଲି ପେଟରେ ଚା-କଫି ପିଇବାର ସୌକିନ୍ ହୋଇଥାନ୍ତି । କିଛି ଖାଇବା ପରେ ହିଁ ଚା-କଫି ପିଇବା ଉଚିତ୍ । ଖାଲି ପେଟରେ ପିଇବା ଯୋଗୁଁ ଗ୍ୟାସ, ଏସିଡିଟି ଏବଂ ପେଟରେ ଜ୍ବଳନ ହୋଇଥାଏ । 

ଖାଲି ପେଟପରେ ମସଲାଯୁକ୍ତ, ତେଳ ଛଣା ଜିନିଷ ଖାଇବା ଉଚିତ୍ ନୁହେଁ । କିଛି ହାଲୁକା ଖାଦ୍ୟ ଖାଇବା ପରେ ଏହାକୁ ଖାଇବା ଉଚିତ୍ । ଖାଲିପେଟରେ ଦହି ଖାଇବା ଠିକ୍ ନୁହେଁ । ଖାଲି ପେଟରେ ଦହି ଖାଇବା ଯୋଗୁଁ ଶରୀରରେ ଥିବା ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.