ଭୁବନେଶ୍ବର ୩।୭: ଦିନେ ଦୁଇ ଦିନ ଭିତରେ ଛାଡିବ ବନ୍ୟା ପାଣି । ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ରହିଛି । ପାଣି ଆଉ ବଢ଼ୁନି । ଜଳ ନିଷ୍କାସନରେ ସମୟ ଲାଗୁଛି । ବୈତରଣୀ ବନ୍ୟା ପ୍ରଭାବରେ ଗୁଡିଏ ପଞ୍ଚାୟତ ପାଣି ଘେରରେ ଥିଲା । କେନ୍ଦୁଝର ଜିଲ୍ଲା ଆଂଶିକ ପ୍ରଭାବିତ ହେଉଛି । ଯେଉଁମାନେ ରିଲିଫ ସେଣ୍ଟରରେ ଅଛନ୍ତି ସେମାନଙ୍କ ପାଇଁ ୭ ଦିନ ରନ୍ଧା ଖାଦ୍ୟ ବ୍ୟବସ୍ଥା ହୋଇଛି ଆବଶ୍ୟକ ପଡିଲେ ବଢ଼ାଯିବ । କ୍ଷୟକ୍ଷତି ଆକଳନ ଆରମ୍ଭ ହେଲାଣି । ପାଣି ଛାଡ଼ିବା ପରେ ଘର କ୍ଷୟକ୍ଷତି ରିପୋର୍ଟ ଆସିବ । ଯେତେ ଶୀଘ୍ର ହୋଇ ପାରିବ କ୍ଷତିପୂରଣ ଦିଆଯିବ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।
You Can Read:
ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା : ବୈତରଣୀ ଉପରମୁଣ୍ଡରେ ବର୍ଷା ହେବ