ମୋରଡ଼ା ୨୯।୬: ଲଘୁଚାପ ଜନିତ ବର୍ଷାରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଏବଂ ରାସଗୋବିନ୍ଦପୁର ବ୍ଲକ୍ର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇପଡିଛି l ଶନିବାର ରାତି ତମାମ ଅଞ୍ଚଳରେ ବର୍ଷା ହେବା ଫଳରେ ବ୍ଲକ୍ର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ଜମ୍ଭୀରା ନଦୀର ଶିଳଦା ପୋଲ ଉପରେ ବିପଦ ସଂକେତ ଉପରେ ତଥା ପୋଲ ଉପରେ ୨ ଫୁଟ ଉଚ୍ଚର ବନ୍ୟାଜଳ ପ୍ରଭାବିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି l
ସେହିପରି ଚିତ୍ରଡା ଅଞ୍ଚଳର ଦୀନେଶ ବେହେରାଙ୍କ ଘର ଭିତରେ ୮ ଫୁଟ ଉଚ୍ଚର ପାଣି ପଶିଯିବାରୁ କ୍ଷତିଗ୍ରସ୍ତ ହୋଇଛନ୍ତି l
ମୋରଡା ବ୍ଲକ ଅନ୍ତର୍ଗତ ବରକନ୍ଦ ପଞ୍ଚାୟତର ଇଟାମୁଣ୍ଡାଇ, ତେନ୍ତୁଳିବାଟି, ମୋରଡା ପଞ୍ଚାୟତର ପାଞ୍ଚଗୁଛିଆ ଗ୍ରାମ ପାଣି ଘେରରେ ଅଛି l ସେହିପରି ବାରିପଦା-ଜଳେଶ୍ଵର ମୁଖ୍ୟ ରାସ୍ତାର ଭରଡାନଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି ।
ସେହିପରି ରାସଗୋବିନ୍ଦପୁର ବ୍ଲକର ସାରମୂଳା ପଞ୍ଚାୟତର ଯୁଡବଡା, ତୋଟାପଡା ପଞ୍ଚାୟତର ମୁରୁଡା ଗ୍ରାମ ପାଣି ଘେରରେ ଥିବା ବେଳେ ସାନମାଣିଦା ପଦ୍ମତୋଳିଆ, ପିଙ୍ଗୁଳି ଗ୍ରାମକୁ ବନ୍ୟାଜଳ ପ୍ରବେଶ କରୁଛି । ତେବେ ପ୍ରଶାସନ ତରଫରୁ ପିଇଓ ପ୍ରସନ୍ନ ମହାନ୍ତ ଦମକଳ ବାହିନୀକୁ ଖବର ଦେବା ସହ ଓଡ୍ରାଫ୍ ଟିମ୍କୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଘୋଳମୁହାଁ, ମୋରଡା ଓ ବରକନ୍ଦ ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଶୁଖିଲା ଖାଦ୍ୟ ଯୋଗା ଚାଲିଛି ବୋଲି ଜିପିଓ ସୂଚନା ଦେଇଛନ୍ତି ।
You Can Read:
ଶରଧାବାଲିରେ ଦଳାଚକଟା ଘଟଣା : ‘ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ’