ବନ୍ୟାରେ ୫ ଜିଲ୍ଲା ପ୍ରଭାବିତ : ବାଲେଶ୍ଵରରେ ସ୍ଥିତି ସୁଧୁରୁଛି, କମିଛି ଜଳପତ୍ତନ

Published By : Prameya-News7 Bureau | July 01, 2025 IST

ଭୁବନେଶ୍ବର ୧।୭: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବନ୍ୟାରେ ୫ ଜିଲ୍ଲା ପ୍ରଭାବିତ । ବାଲେଶ୍ଵରରେ ସ୍ଥିତି ସୁଧୁରୁଛି । ବୈତରଣୀ, ବୁଢାବଳଙ୍ଗର ଜଳପତ୍ତନ କମିଛି । ବିପଦ ସଂକେତ ତଳେ ରହିଛି । ଇବ୍ ନଦୀରେ ଜଳ ବି କମିଛି । ଆଶା କରୁଛୁ ୨୪ ଘଣ୍ଟାରେ ଜଳସ୍ତର କମିଛି । ଗତକାଲି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ୭ ଦିନ ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ । ଏହାସହ ରିଲିଫ ଦିଆଯିବ । ମୟୁରଭଞ୍ଜରେ ଗତକାଲି ୫,୦୦୦ ଲୋକ ରିଲିଫ ସେଣ୍ଟରରେ ଥିଲେ । ଆଜି ୮,୦୦୦ ଲୋକ ରିଲିଫ ସେଣ୍ଟରରେ ଅଛନ୍ତି । ଯେଉଁମାନେ ରିଲିଫ ସେଣ୍ଟରରେ ନାହାନ୍ତି କିନ୍ତୁ ବନ୍ୟା ପ୍ଲାବିତ ଅଞ୍ଚଳରେ ଅଛନ୍ତି ସେମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ଦିଆଯାଉଛି । ବାଲେଶ୍ୱରରେ ୧୧୩୮ ଲୋକ ରିଲିଫ ସେଣ୍ଟରରେ ଅଛନ୍ତି ।

ଯାଜପୁର ଓ ଭଦ୍ରକରେ ପ୍ରଭାବିତ ଅଂଚଳରେ ୨ଟା ଲେଖାଏଁ ବ୍ଲକ ପ୍ରଭାବିତ ହୋଇଛି । ଧାମନଗର ଓ କୋରେଇ ପ୍ରଭାବିତ ହୋଇଛି । ଭଲ ଖବର ଜଳ ପତ୍ତନ କମୁଛି । ଯଦି ଆଉ ବର୍ଷା ନହୁଏ ବୁଧବାର ମୋଟାମୋଟି ଏ ସମୟ ବେଳକୁ ବନ୍ୟା ମୁକ୍ତ ହେବ ।

ଲୋକଙ୍କ କଥା ବୁଝିବା ଯେତିକି କଷ୍ଟ କାମ ତାଠାରୁ ଅଧିକ କଷ୍ଟ କାମ କ୍ଷୟକ୍ଷତି ଆକଳନ । ଅଂଶିକ ଓ ସମ୍ପୂର୍ଣ୍ଣ କ୍ଷତି ହୋଇଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯିବ । ଯେଉଁମାନଙ୍କର କ୍ଷତି ହୋଇଛି ସେମାନେ ଆରଆଇ ଅଫିସ୍‌ରେ କହିପାରିବେ । ବିଭଗ ଘର ଘର ଜମି ଜମି ବୁଲିବ । ପାଣି ଛାଡିବା ପରେ ରୋଗ ବଢ଼ିପାରେ ତେଣୁ ସେଥିପାଇଁ ସଜାଗ ଅଛି ବିଭାଗ । ମେଗା ପାଣି ପ୍ରକଳ୍ପକୁ ଶୁଦ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ମାଲକାନଗିରି ଖଇରପୁଟରେ ଅଘଟଣ : ନଦୀ ପାର ହେବା ବେଳେ ଭାସିଗଲେ ଦୁଇ ଜଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.