ଛତ୍ରପୁର ୨୪।୬: ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ୨୭ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀ । ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ପ୍ରତିକାର ଲାଗି ପାଚେରୀ ନିର୍ମାଣ ସମେତ ୫ ଦଫା ଦାବି ନେଇ ମତ୍ସ୍ୟଜୀବୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳ ଅଞ୍ଚଳରେ ବାସ କରୁଥିବା ୨୭ ଖଣ୍ଡ ଗ୍ରାମର ଶତାଧିକ ମତ୍ସ୍ୟଜୀବୀ ଗୋପାଳପୁର ପୋର୍ଟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି l ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ, ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କିଛି ନିଷ୍କର୍ଷ ବାହାରିନଥିଲା l ଏଣୁ ସମୁଦ୍ର ଉପକୂଳରେ ପଥର ବନ୍ଧ କରିବା, ମୁହାଣ ପାଖରେ ଡ୍ରେଜିଙ୍ଗ କରିବା, ଗୋଦାମ ଗୃହର ପୁନଃ ଉଦ୍ଧାର କରିବା, ଶୀତଳ ଭଣ୍ଡାର ନିର୍ମାଣ କରିବା, ଆଲୋକୀକରଣ ଓ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଦାବି ନେଇ ସେମାନେ ଗୋପାଳପୁର ପୋର୍ଟ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି l
ଦିନକୁ ଦିନ ସମୁଦ୍ର କୂଳ ଖାଉଥିବାରୁ ସମୁଦ୍ର କୂଳରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଛୋଟ ଛୋଟ ମନ୍ଦିର ଗୁଡିକ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି l ଆଗାମୀ ଦିନରେ ସମ୍ପୂର୍ଣ୍ଣ ଗ୍ରାମଟି ସମୁଦ୍ରରେ ଲୀନ ହୋଇଯିବ, ଏଣୁ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ପ୍ରଶାସନ କିମ୍ବା ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉନଥିବାରୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଛୋଟ ଛୋଟ ପିଲା ମାନେ ସ୍କୁଲ ବନ୍ଦ କରି ଆନ୍ଦୋଳନରେ ସାମିଲ ହେବେ ଏବଂ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି ।
You Can Read:
ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ, ମିଳିଲା ସାଇକେଲ କିନ୍ତୁ ମିଳୁନି ପତ୍ତା